Site icon Awaj Media

ସୁକିନ୍ଦା ଅନୁଗୁଳ ରେଳପଥରେ ଗଡିଲା ରେଳ ୱାଗନ୍ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବହୁ ପ୍ରତିକ୍ଷିତ ସୁକିନ୍ଦା ଅନୁଗୁଳ ରେଳପଥରେ ସୋମବାର ଦିନ ପରୀକ୍ଷାମୂଳକ ଭାବେ ରେଳ ୱାଗନ ଗଡିଥିବା ଦେଖିବାକୁ ମିଳିଛି । ଅନୁଗୁଳ ର ବୁଢ଼ାପଙ୍କ ଠାରୁ ସୁକିନ୍ଦାର ବାଘୁଆପାଳ ପର୍ଯ୍ୟନ୍ତ ୯୩ କିମି ଦୂରତା ବିଶିଷ୍ଟ ଏହି ରେଳପଥରେ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ସହ ୱାଗନ ଗଡିଛି । ଗତ ୨୨ ତାରିଖରେ ଏହି ରେଳପଥରେ ପରୀକ୍ଷାମୂଳକ ଭାବେ କେବଳ ଇଞ୍ଜିନ ଚାଲିଥିଲା । ଆସନ୍ତା ମାର୍ଚ୍ଚ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ରେଳପଥ ଲୋକାର୍ପିତ ହେବାର ଯୋଜନା ରହିଛି । ରାଷ୍ଟ୍ରୀୟ ବିକାଶ ନିଗମ ଲିମିଟେଡ ପକ୍ଷରୁ ପିପିପି ମୋଡରେ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବିକାଶ ନିଗମ ଲିମିଟେଡ ପକ୍ଷରୁ ସି.ପି.ଏମ ପ୍ରଦୀପ କୁମାର ମହାନ୍ତି, ଜି. ଏମ କିଶୋର ମୋହନ ମିଶ୍ର, ଡି.ଜି.ଏମ ଉମାଶଙ୍କର ସାହୁ, ମ୍ୟାନେଜର ସାରଦା ପଣ୍ଡା, ସୁନିଲ ସାହୁ, ଟି.ଏମ. ସି ପକ୍ଷରୁ ଏମ.କେ. ଚୋକସେ, ଭେକମ ଇନ୍ଫ୍ରା ପକ୍ଷରୁ ପି. ରାଜେଶ ପ୍ରମୁଖ ଉପସ୍ଥିତ ରହି ଏହି ପରୀକ୍ଷାମୂଳକ ରେଳ ଚାଳନା ଯାଞ୍ଚ କରିଥିଲେ । ଏହି ପ୍ରକଳ୍ପ ଲୋକାର୍ପଣ ପରେ ସୁକିନ୍ଦା ତଥା ସଂପୃକ୍ତ ଅଞ୍ଚଳ ବାସୀଙ୍କ ଯାତାୟାତ ଓ ରେଳପଥ ବ୍ୟବସାୟରେ ବ୍ୟାପକ ଅଗ୍ରଗତି ହେବା ନେଇ ଆଶା ସୃଷ୍ଟି ହୋଇଛି । ଏହି ରେଳପଥ ଅନୁଗୁଳ ଶିଳ୍ପାଞ୍ଚଳ ଠାରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବାରୁ ବ୍ୟବସାୟିକ ଭିତ୍ତିରେ ଏହା ଗୁରୁତ୍ବ ବହନ କରିବ ବୋଲି ଆଶା କରାଯାଉଛି ।

Exit mobile version