Site icon Awaj Media

ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ MSW ପିଜି ବିଭାଗ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ : ପୋଷ୍ୟ ଭାବରେ ଗ୍ରହଣ କଲେ ସାନହାମରା ଗ୍ରାମକୁ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ହୀରକ ଜୟନ୍ତୀ ସରି ଯାଇଥିବା ବେଳେ ଏହାକୁ ଚିରଦିନ ମନେ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ନିଆରା ପ୍ରୟାସ l ମହାବିଦ୍ୟାଳୟର msw ପିଜି ବିଭାଗର ପୂର୍ବତନ ଏବଂ ବର୍ତମାନ ର ଛାତ୍ରଛାତ୍ରୀ ମାନେ ମିଳିତ ଭାବରେ ନୟାଗଡ ପାଣିପୋଇଲା ନିକଟସ୍ଥ ଥିବା ସାନହାମରା ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି l ଅବହେଳିତ ଭାବରେ ଥିବା ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇଛନ୍ତି ! ଯେଉଁ ପ୍ରକାର ସୁବିଧା ସୁଯୋଗ ସେହି ଗ୍ରାମର ବାସିନ୍ଦା ପାଇ ପାରୁନାହାନ୍ତି , ତାହାକୁ ଯୋଗାଇ ଦେବାପାଇଁ ଦୃଢ଼ ନିଷ୍ପତି ନେଇଛନ୍ତି ଛାତ୍ରଛାତ୍ରୀ l ସେମାନଙ୍କ କହିବା ଅନୁଯାୟୀ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ନୀତି ଏବଂ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି l ପଜି ବିଭାଗର ଅଧ୍ୟାପିକା ସ୍ମିତା ପଟନାୟକ, ସ୍ଵର୍ଣ୍ଣଲତା ଡାକୁଆ ଏବଂ ପୂର୍ବତନ ଛାତ୍ର ଜ୍ୟୋତିରଞ୍ଜନ ମହାପାତ୍ର, ବିଶ୍ଵ ଭୂଷଣ ମହାପାତ୍ର, ଚନ୍ଦ୍ରଶେଖର ବେହେରା, ଆଦିତ୍ୟ ନାରାୟଣ ସାହୁ, ସୁଶ୍ରୀ ସଂଗୀତା ଜେନା, ବିଭୁପ୍ରିୟା ବେହେରା ଙ୍କ ଉପସ୍ଥିତିରେ ଏହି ନିଷ୍ପତି ଗ୍ରହଣ କରିଥିଲେ ଛାତ୍ରଛାତ୍ରୀ l ଏହିଭଳି ଛାତ୍ରଛାତ୍ରୀ ଙ୍କ ନିଆରା ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି l ପ୍ରକାଶ ଥାଉକି ପୋଷ୍ୟ ଭାବରେ ଗ୍ରହଣ କରିବା ପରେ ପରେ ସେହି ଗ୍ରାମର ଜଣେ 80 ବର୍ଷ ବୃଦ୍ଧା ଯିଏକି ସରକାରଙ୍କର ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ରାସନକାର୍ଡ, ଇନ୍ଦିରାଆବାସ ଯୋଜନା ସହ ସରକାରଙ୍କ ଦ୍ୱାରା ଯୋଗା ଯାଉଥିବା ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଥିଲେ , ସେହି ବୃଦ୍ଧାଙ୍କୁ କିପରି ସମସ୍ତ ସୁବିଧା ମିଳିବ ସେଥିପାଇଁ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ l

Exit mobile version