Site icon Awaj Media

ନୟାଗଡ଼ ବ୍ଲକ କଂଗ୍ରେସ ର ବନ୍ଧୁମିଳନ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବ୍ଲକ କଂଗ୍ରେସ ର ବନ୍ଧୁମିଳନ କାର୍ଯ୍ୟକ୍ରମ ! ପ୍ରତାପପ୍ରସାଦ ମା ଭୈରବି ଠାକୁରାଣୀ ମନ୍ଦିର ପରିସରରେ ନୟାଗଡ଼ ବ୍ଲକ କଂଗ୍ରେସ ର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୯ ଗୋଟି ପଞ୍ଚାୟତରୁ ୧୫୯ ବୁଥରୁ ଦଳୀୟ କର୍ମୀ ଯୋଗଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ନୟାଗଡ଼ରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁ ଗାଁ ରେ କଂଗ୍ରେସ ଦଳ ର ହାତ ଚିହ୍ନ କାନ୍ଥବାଡ଼ରେ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ଦଳକୁ କ୍ରିୟାଶୀଳ କରାଯିବ ବୋଲି କହିଥିଲେ l ଯେଉଁ ବିରୋଧୀ ଦଳ ମାନେ କଂଗ୍ରେସର ନୟାଗଡ଼ରେ କିଛି ନାହିଁ ବୋଲି କହୁଛନ୍ତି ସେମାନେ ଆସିକି ଦେଖିକି ଯାଆନ୍ତୁ, କଂଗ୍ରେସ କୁ କେତେ ଲୋକ ଭଲ ପାଉଛନ୍ତି, ବିଜେଡି ବିଧାୟକ ଆଉ ତାଙ୍କର କୁଜିନେତା ଠିକାଦାର ଏତେ ଦୁର୍ନୀତିରେ ଉବୁଟୁବୁ ଯେ ସେହି ଦୁର୍ନୀତି ପର୍ଦ୍ଦାଫାଶ ହେଲେ ନିର୍ବାଚନ ପୂର୍ବରୁ ସେମାନଙ୍କ ମୁହଁ କଳା ହୋଇଯିବ ବୋଲି ଶ୍ରୀ ଦାଶ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନକୁଳ ଚନ୍ଦ୍ର ନାୟକ, ଭୁବନେଶ୍ୱର ରାୟ, କମଳ ଚରଣ ସାହୁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ଅମଜାଦ ଖାଁ, ରବୀନ୍ଦ୍ର କୁମାର ସାହୁ, ବିଜୟ କୁମାର ଦାସ, ଯୁବ ନେତା ଆଡ଼ଭୋକେଟ ଆଦିତ୍ୟ ପ୍ରସାଦ ପରିଡା, ଶେଖ ଅବଦୁଲ ଆହାଦ, ପ୍ରମୋଦ କୁମାର ନାୟକ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଯୋଗଦେଇ ଦଳକୁ ସୁସଂଗଠିତ କରାଇବା ପାଇଁ ମାର୍ଗଦର୍ଶନ କରାଇଥିଲେ l କୁସୁମୀ ବ୍ୟାରେଜରେ ୬ ଖଣ୍ଡ ମୌଜା ଲାଠିପଡ଼ା, ଗମ୍ଭାରୀଡିହି, ଦେଉଳି, ଟିପୁରା, ନୂଆଗାଁ ଅଞ୍ଚଳ ର ପ୍ରାୟ ୫000 ଏକର ଚାଷଜମି ଜଳମଗ୍ନ ହେବାର ଆଶଙ୍କା ଦେଖାଯିବା ସତ୍ୱେ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ସର୍ଭେ କରାଯାଉ ନଥିବାରୁ , ହଜାର ହଜାର ଚାଷୀ ଆତଙ୍କିତ ! ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ କ୍ଷତିପୂରଣ ଭରଣା ପାଇଁ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି ନିଷ୍ପତି ଗ୍ରହଣ ହୋଇଥିଲା l ଏହି ବନ୍ଧୁମିଳନ ଉତ୍ସବରେ ୫୦୦ ଦଳୀୟ କର୍ମୀ କାର୍ଯ୍ୟକର୍ତା, ମହିଳା ଯୁବକ, ଛାତ୍ର ଯୋଗ ଦେଇଥିବାରୁ ଜିଲ୍ଲା ସଭାପତି ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରିଥିଲେ l

Exit mobile version