Site icon Awaj Media

ଅସୁରେଶ୍ଵର , ମିରାସାହି ଗ୍ରାମ ରେ‌ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜୀବଜଗତ ର କଲ୍ୟାଣ ନିମନ୍ତେ ସଦାସର୍ବଦା ମୁନି ଋଷି ମାନେ ଭଗବାନ ଙ୍କ ସାନିଧ୍ୟ ପାଇଁ ତପସ୍ୟା ଏବଂ ମହାଯଜ୍ଞ କରିଥାନ୍ତି । ଗତ ୨୫ ତାରିଖ ଦିନଠାରୁ ତ୍ରୟୋଦଶ ବାର୍ଷିକ ତ୍ରିଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ପଶ୍ଚିମଖଣ୍ଡଭୋଳ, ଅସୁରେଶ୍ଵର ମିରାସାହି ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁଆଳଙ୍କ ପିଠ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ଅଞ୍ଚଳ ର ଶହଶହ ମହିଳା ପୂଣ୍ୟ ଲୁଣା ନଦୀ ର ଶୈବ କ୍ଷେତ୍ର ଖଲାରେଶ୍ଵର ମହାଦେବ ଙ୍କ ନିକଟରୁ ମହାପଟୁଆରରେ ଖୋଳ କୀର୍ତ୍ତନ ଘଣ୍ଟ ଘଣ୍ଟା ସହିତ ପାରମ୍ପରିକ ଷଣ୍ଡ ନାଚ ସହିତ କଳସ ଯାତ୍ରା କରି ଆଣି ଯଜ୍ଞମଣ୍ଡପ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏହା ପରେ ପଣ୍ଡିତ ମାନଙ୍କ ଦ୍ବାରା ବେଦମନ୍ତ୍ରରେ ଅଗ୍ନି ସ୍ଥାପନ, ଗୁରୁପୁଜା, ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣହୁତି କରାଯାଇଥିଲା । ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ଙ୍କ ସହିତ ଅନ୍ୟ ପଣ୍ଡିତ ମାନେ ମହାଯଜ୍ଞ ରେ ଆହୁତି କରିଥିଲେ । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଦେଖିବା ଲାଗି ପ୍ରବଳ ଶ୍ରଦ୍ଧାଳୁ ସମାଗମ ହେବା ସହିତ ଯଜ୍ଞ ନାରାୟଣ ଙ୍କ ଆଶିଷ ଲାଭ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ମିରାସାହି ଗ୍ରାମ ର ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Exit mobile version