ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅବସରରେ ସକାଳ ୯ ଘଣ୍ଟ। ସମୟ ରେ କ୍ରୀଡ଼ାବିତ୍ ମାନେ ଏକ ବିରାଟ ଶୋଭାଯାତ୍ରାରେ ମାଁ ମଝିଘରିଆଣୀ ମନ୍ଦିର ରୁ ମସାଲ ଆଣିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡକ୍ଟର କୁମୁଦ ଚନ୍ଦ୍ର ମିଶ୍ର ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରି କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର ଉପସଭାପତି କେ.ଶଶି , ସହ ଉପସଭାପତି ଗିରିଶ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ !!!

