Site icon Awaj Media

ଡଙ୍ଗାରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାନିଆ ପରିବାରକୁ ଆର୍ଥିକ ସହାୟତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କାଙ୍କଣ ଶିଖରୀ ତରଫରୁ , ଡଙ୍ଗାରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ମାନିଆ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ! ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ସାନ ନଇରି ଗ୍ରାମର ମାନିଆ ବେହେରାର ମୃତଦେହ ସାନନଈରି ନିକଟ ହନୁମାନ ମାଛ ପେଣ୍ଠସ୍ଥଳରୁ ନାଚୁଣି ପୋଲିସ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ନାଚୁଣି ଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିଲା । ଯାହା ତଦନ୍ତ ପରିସରଭୁକ୍ତ ଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଥିଲା । ମୃତ ମାନିଆର ପାଞ୍ଚ ପ୍ରାଣୀକୁ ନେଇ ଏକ ଦୁଃଖୀ ଓ ଗରିବ ପରିବାର ହୋଇଥିବା ବେଳେ ମାତ୍ର ଚାଳିଶ ବର୍ଷ ବୟସରେ ମାନିଆ ଆରପାରିକୁ ଚାଲିଗଲେ l ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ମାନିଆ ଚାଲିଗଲା ପରେ ପରିବାରର ପ୍ରତିପୋଷଣ ଚିନ୍ତାର ବିଷୟ ହୋଇପଡିଛି । ଏହି ଖବର ଶୁଣି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କାଙ୍କଣ ଶିଖରୀର ସଭାପତି ଡକ୍ଟର ସୁଶାନ୍ତ କୁମାର ସାହୁ ଓ ସମ୍ପlଦକ ପ୍ରଦୋଷ କୁମାର ଦାସ ଓ ଟ୍ରଷ୍ଟର ଅନ୍ୟ ସଭ୍ୟଙ୍କ ତରଫରୁ ମୃତ ମାନିଆ ବେହେରାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବା ସହ ମାନିଆର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଗଣମାଧ୍ୟମ ମାଧ୍ୟମରେ କୌଣସି ସହୃଦୟ ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ମାନିଆ ପରିବାରକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।

Exit mobile version