Site icon Awaj Media

ଡ଼କ୍ଟର ତାହେର ଲିଟିଲି ଆଞ୍ଜେଲ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଦାନଗଦି ରେ ଅବସ୍ଥିତ ଡ଼କ୍ଟର ତାହିର ଲିଟିଲ ଆଞ୍ଜେଲ ସ୍କୁଲ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି ! ଆରମ୍ଭ ରୁ ପ୍ରଦୀପ ପ୍ରଜ୍ବଳନ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ଉପସ୍ଥିତ ସମସ୍ତ ଅଭିଭାବକ ଙ୍କ ହୃଦୟ କୁ ଛୁଇଁ ପାରିଥିଲା ! ଏକ ସୁନ୍ଦର ଶୈକ୍ଷିକ ବାତାବରଣ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଆରମ୍ଭ ରୁ ସ୍ୱାଗତ ସମ୍ଭାଷଣ ପ୍ରତିଷ୍ଠାତା ଶିକ୍ଷାବିତ ତଥା ଚେୟାରମ୍ୟାନ ଡକ୍ତର ତାହିର ଦେଇଥିଲେ, ତାପରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ! ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମେଜର ମୁକୁନ୍ଦ ଚନ୍ଦ୍ର ସାହୁ, ମୁଖ୍ୟ ବକ୍ତା ଭାବେ ଏମ୍ସ ଭୁବନେଶ୍ୱର ର ସନ୍ଦୀପ କୁମାର ବାରିକ ଯୋଗଦେଇ ବିଦ୍ୟାଳୟ ର ଆଠ ବର୍ଷ ର ସଫଳତା କୁ ପ୍ରଶଂସା କରିଥିଲେ ! କଳିଙ୍ଗନଗର ଦାନଗଦି ରେ ଏପରି ବିଦ୍ୟାଳୟ ର ଆବଶ୍ୟକତା ଅଛି ଏବଂ ଏହାର ପ୍ରତିଷ୍ଠାତା ଙ୍କ ଏପରି ଉଦ୍ୟମ କୁ ସାଧୁବାଦ ଦେଇଥିଲେ ଅତିଥି ! ଚେୟାରମ୍ୟାନ ତାହେର ଏହି ବିଦ୍ୟାଳୟ ରେ ଯେ କୌଣସି ବର୍ଗ ର ପିଲା ଅଳ୍ପ ଟଙ୍କା ରେ ପାଠ ପଢି ପାରିବେ ବୋଲି କହିଥିଲେ ! ନିର୍ଦ୍ଦେଶକ ତାରିକ ଅଜିଜ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ, ଅନ୍ୟତମ ଅତିଥି ଭାବେ ଦାମୋଦର ମହାପାତ୍ର, ମାନସ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ , ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !

Exit mobile version