Site icon Awaj Media

ଝାଡେସ୍ୱର ସ୍ନାତକ ମହାବିଦ୍ୟାଳୟ ର ୩୩ ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଟୋଲକାନି ସ୍ଥିତ ଝାଡେସ୍ୱର ସ୍ନାତକ ମହାବିଦ୍ୟାଳୟ ର ୩୩ ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଝାଡେସ୍ୱର ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରି ଛାତ୍ର ଛାତ୍ରୀ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଉକ୍ତ ମହାବିଦ୍ୟାଳୟ ସ୍ନାତକ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା ! ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡାଇ ଯୋଗଦେଇ ପ୍ରଦୀପ ପ୍ରଜଳନ କରିଥିଲେ । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଥିଲେ ବହୁ ଉନ୍ନୟନ କାର୍ଯ୍ୟ ହୋଇଛି ଓ ଆଗାମୀ ଦିନରେ ହେବ ! ସେଥିପାଇଁ ଛାତ୍ର ଛାତ୍ରୀ ସମସ୍ତ ସହଯୋଗରେ ଏକ ଦଳ କରନ୍ତୁ , ଉନ୍ନୟନ କାର୍ଯ୍ୟ ଆହୁରି ହେଇପାରିବ । ଉକ୍ତ କାର୍ଯ୍ୟକ୍ରମ ରେ ୯ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଟିନା ହାଇବୃ, ଝାଡେସ୍ୱର ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ, +2 କଲେଜର ଅଧ୍ୟକ୍ଷ ଡ଼ ଯୁଗଳ କୁମାର ହୋତା , ଅଧ୍ୟାପକ , ଅଧ୍ୟପିକା ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।

Exit mobile version