Site icon Awaj Media

ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ରେ ୮ ଦିନ ବ୍ୟାପି ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ ପୌରହିତ୍ୟ କରି ଆତ୍ମରକ୍ଷା ପ୍ରଶିକ୍ଷଣ ର ଗୁରୁତ୍ଵ ବୁଝାଇବା ସହ ନାରୀ ଆଜି ଅବଳା ନ ହୋଇ ସବଳା ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ନାରୀ ସଶକ୍ତିକରଣ ଓ ନାରୀ ଜାଗରଣ ଉପରେ ନିଜର ବକ୍ତବ୍ୟ ରଖିବା ସହ ମାନସିକ ଦୃଢ଼ତା , ପ୍ରତିକ୍ରିୟା ଶିଳତା ଓ ଲଢ଼ୁଆ ମନୋବୃତ୍ତି ଓ ଆଭିମୁଖ୍ୟ ଦ୍ୱାରା ଯେ କୌଣସି ବିପଦ କୁ ମୁକାବିଲା କରିବାକୁ ନାରୀ ମାନେ ସମର୍ଥ ହୋଇପାରିବେ ବୋଲି ଶ୍ରୀଯୁକ୍ତ ନାୟକ ଦୃଢ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ର ସଂଯୋଜକା ସୁପ୍ରିୟା ମହାପାତ୍ର ତଥା ଅନ୍ୟାନ୍ୟ ଅଧ୍ୟାପକ ଅଭୟ କୁମାର ଲେଙ୍କା, ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ସଲିଳା ସାମଲ , ରମାକାନ୍ତ ତ୍ରିପାଠୀ କାର୍ଯକ୍ରମ ରେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନେ ଆତ୍ମ ସୁରକ୍ଷା ତାଲିମ ଦ୍ଵାରା ସାଂପ୍ରତିକ ପରିସ୍ଥିତି ରେ ହେଉଥିବା ଶାରୀରିକ ଓ ମାନସିକ ହିଂସା ଓ ଅତ୍ୟାଚାର ରୁ ନିଜକୁ ସୁରକ୍ଷା ଦେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ନୟାଗଡ ର ନୋଡାଲ କଲେଜ ଭାବରେ ୨୯ ଟି ମହାବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷଣ ପରିଚାଳନା କରିବା ସହ ସଫଳତାର ସହ ସମାପନ କରିଥିବାରୁ ସାଧୁବାଦ ଦେଇଥିଲେ ! ପ୍ରଶିକ୍ଷିକା ସୋନାଲି ସାଥୁଆ, ଜ୍ୟୋତିର୍ମୟୀ ଜେନା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଶେଷ ରେ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।

Exit mobile version