ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ଏସି ଅନ୍ତର୍ଗତ କୋଟବିଦ୍ୟାଧରପୁର ସରକାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ଆଲୁମିନ ମିଟ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଣପୁର ଏନଏସି ର ଉପାଧ୍ୟକ୍ଷା ପ୍ରାଚିପ୍ରଭା ସ୍ୱାଇଁ, ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲି ଓ ଟିସି ଅଜିତ କର, ସନ୍ଧ୍ୟାରାଣୀ ହରିଚନ୍ଦନ ଏବିଇଓ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଖେଳ ପ୍ରତିଯୋଗୀତା ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ ଅତିଥି ମାନେ । ଅଭିଭାବକ ଓ ସମାଜସେବୀଙ୍କ ମିଳିତ ଉଦ୍ୟମରେ ମୋ ସ୍କୁଲ ଯୋଜନା ମାଧ୍ୟମରେ ବିଦ୍ୟାଳୟର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ବିଇଓ ଶ୍ରୀ ଜାଲି ପ୍ରତ୍ୟେକ ବିଦ୍ୟାଳୟ ବୁଲି ବିଦ୍ୟାଳୟର ସମସ୍ତ ତଥ୍ୟ ନେବା ସହ ପିଲାଙ୍କର ପାଠ ପଢା ପ୍ରତି ଧ୍ୟାନ ଦେଉଥିବାରୁ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।
ବାଣପୁର କୋଟବିଦ୍ୟାଧର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ଆଲୁମିନ୍ ମିଟ ପାଳିତ !!!

