Site icon Awaj Media

ବାଣପୁର ପଞ୍ଚାୟତ ସମିତି ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ସଭା ଗୃହରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରକୋଷ୍ଠ ଶିବିରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବୁଲବୁଲ ବେହେରା ଙ୍କ ସମେତ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସମସ୍ତ ପଞ୍ଚାୟତ ଅଞ୍ଚଳର ଶତାଧିକ ଭିନ୍ନକ୍ଷମ ନିଜ ନିଜର ନାମାଙ୍କନ ପତ୍ରକୁ ନେଇ ଦାଖଲ କରିଥିଲେ । ଏଠାରେ ସୂଚନା ଥାଉକି ପୂର୍ବରୁ ବାରମ୍ବାର ଏପରି ଶିବିର ଆୟୋଜିତ ହୋଇଥିବା ବେଳେ , ଆଗରୁ ଭିନ୍ନକ୍ଷମ ଶିବିରରେ ଯେଉଁ ବ୍ୟକ୍ତି ମାନେ ନିଜର ସମସ୍ୟା ମାନ ନେଇ ଆସିଥିଲେ ପୁଣି ସେମାନେ ସେହି ସମସ୍ୟା ମାନ ନେଇ ଏହି ଭିନ୍ନକ୍ଷମ ଶିବିରରେ ଯୋଗ ଦେଇଥିବା ନେଇ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version