Site icon Awaj Media

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକନନ୍ଦ ବେହେରା : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ନୂତନ ପରିବହନ ନିୟମ କଡ଼ାକଡ଼ି ହେବା ପରେ ସଡ଼କ ଦୁର୍ଘଟଣା ପରିପାଣକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ନୂତନ ପରିବହନ ନିୟମ କଡ଼ାକଡ଼ି କରାଯାଇ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଲୋଚନା ହୋଇଥିଲା । ଯାନବାହାନ ଗୁଡ଼ିକୁ ଅଧିକ ତନଖି କରିବା ସହ ଦୁର୍ଘଟଣା ସଂଖ୍ୟା ଯେପରି କମ୍ କରାଯାଇ ପାରିବ ସେ ଉପରେ ମଧ୍ୟ ଦୃଷ୍ଟି ନିକ୍ଷେପ କରାଇବାକୁ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସଡ଼କରେ ସୁରକ୍ଷିତ ଯାତ୍ରା ପାଇଁ ସାଧାରଣ ଲୋକଙ୍କୁ ଏବଂ ଯାନବାହାନ ଚାଳକ ମାନଙ୍କୁ କିପରି ଆହୁରି ଅଧିକ ସଚେତନ କରାଯାଇ ପାରିବ ଏବଂ ସେ ଦିଗରେ କିପରି କାର୍ଯ୍ୟ କରାଯିବ ତା’ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଯାତ୍ରା ସମୟରେ ହେଲମେଟ୍ ପିନ୍ଧିବା, ସିଟ୍‌ବେଲଟ୍ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଗାଡ଼ିଚାଳନା ବେଳେ ମୋବାଇଲ ବ୍ୟବହାର ନକରିବା, ଦ୍ରୁତ ବେଗରେ ଗାଡ଼ି ନ ଚଳାଇବା ଆଦି ଦିଗରେ ସମସ୍ତେ ପୂର୍ଣ୍ଣ ସଚେତନ ଓ ନିୟମ ମାନି ଚଳିଲେ ସଡ଼କ ସୁରକ୍ଷା ଅଭିଯାନ ସଫଳ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟ ଗାଡ଼ି ସମ୍ବନ୍ଧୀୟ ବିଭିନ୍ନ କାଗଜପତ୍ର କିପରି ସଠିକ ଭାବେ କମ୍ ସମୟରେ ପ୍ରଦାନ କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଆଜିର ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ଉପଖଣ୍ଡ ପୋଲିସ୍ ଅଧିକାରୀ ରାମକୃଷ୍ଣ ପତି, ଉପଖଣ୍ଡ ପୋଲିସ୍ ଅଧିକାରୀ ଅର୍.ଉଦୟଗିରି ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶାନ୍ତନୁ କୁମାର ପରିଡ଼ା ପ୍ରମୁଖଙ୍କ ସହ ପାରଳାଖେମୁଣ୍ଡି ଘରୋଇ ବସ୍ ମାଲିକ ସଂଘ ସଭାପତି ଓ ସେକ୍ରେଟାରୀ ଏବଂ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version