Site icon Awaj Media

ବାଲୁଗାଁ ବାଇପାସ୍ ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ନିକଟରେ ସଡ଼କ ଦୁର୍ଘଟଣା : ଦୁଇ ଗୁରୁତର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ୍ ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଦୁଇଟି ଆଇରନ ବୋଝେଇ ଟ୍ରକ୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଜଣା ପଡ଼ିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଦୁଇଟି ଆଇରନ ବୋଝେଇ ଟ୍ରକ୍ ବାଲୁଗାଁ ବାଇପାସ୍ ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ନିକଟରେ କୌଣସି କାରଣରୁ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଯାହା ଫଳରେ ଡଷ୍ଟ ବୋଝେଇ ଗାଡି ଟିର ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିର କ୍ୟାବିନକୁ ଗ୍ୟାସ କଟର ମାଧ୍ୟମରେ କାଟି ଚାପି ହୋଇ ରହିଥିବା ଗାଡ଼ି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟି କୁ ଜବତ କରି ତଦନ୍ତ ଜାରି ରଖି ଥିବାର ସୂଚନା ମିଳିଛି ।

Exit mobile version