ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବହୁ ବାଦ ବିବାଦ , ଧାଁ ଦୌଡ ପରେ ମିଳିଲା ସଫଳତା ! ଚାକିରୀ ଦେବା ନାମରେ ଅର୍ଥ ଠକି ନେଇଥିବା ଠକ ସଂସ୍ଥା ଠାରୁ ଶେଷରେ ଟଙ୍କା ଫେରିପାଇଲେ ଯୁବକ ମାନେ ! ଘଟଣାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ମଞ୍ଚେଶ୍ୱର ଥାନା ପୁଲିସ ! ତେବେ ସଂପୂର୍ଣ୍ଣ ଘଟଣାକୁ ପୁଲିସ ନଜର କୁ ଆଣିଥିଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର କିଛି ଗଣମାଧ୍ୟମ ପ୍ରତିନିଧି ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ , ଚୁଡା ଏବଂ ବାଙ୍କୀ ନିକଟସ୍ଥ କିଆପଲ୍ଲା ଗ୍ରାମର ତିନି ଜଣ ଯୁବକ ଠକେଇ ର ଶୀକାର ହୋଇଥିବା ସମୟରେ , ସେମାନେ ଦେଇଥିବା ଅର୍ଥ ଶେଷରେ ଫେରି ପାଇଛନ୍ତି ! କମିଶନରେଟ ପୁଲିସ ଏବଂ ମିଡ଼ିଆ କୁ ଧନ୍ୟବାଦ ଦେଇ ଘରକୁ ଫେରିଛନ୍ତି , ତେବେ ସମ୍ପୃକ୍ତ ସଂସ୍ଥା ପ୍ରତି ସାବଧାନ ରହିବାକୁ ଅନ୍ୟ ମାନଙ୍କୁ ନିବେଦନ କରିଛନ୍ତି !
ଠକ ସଂସ୍ଥା ଠାରୁ ଟଙ୍କା ଫେରି ପାଇଲେ ଠକେଇ ର ଶୀକାର ହୋଇଥିବା ଯୁବକ !!!

