Site icon Awaj Media

ସୁକିନ୍ଦା ଥାନାରେ ଅଗ୍ନି ଉତ୍ସବ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଅଗ୍ନି ପୂର୍ଣ୍ଣିମା ଅବସରରେ ସୁକିନ୍ଦା ଥାନା ପରିସରରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ କାବୁଲି ବାରିକଙ୍କ ଉପସ୍ଥିତରେ ଥାନାର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ ରବିବାର ସଂଧ୍ୟାରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ମହା ଆଡ଼ମ୍ବରରେ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଏହି ଉତ୍ସବ ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ । ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ଥାନାର ସମସ୍ତ କର୍ମଚାରୀ, ସ୍ଥାନୀୟ କିଛି ସାମ୍ବାଦିକ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Exit mobile version