Site icon Awaj Media

ରାଉରକେଲା ନିଟ ରେ ବାଣପୁର ଝିଅ କୁମାରୀ ଶତାବ୍ଦୀ ନନ୍ଦଙ୍କ କୃତୀତ୍ୱ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଉରକେଲା ନିଟରେ ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବ ୨୦୨୨ ରେ କୁମାରୀ ଶତାବ୍ଦୀ ନନ୍ଦ ବାୟୋଟେକନୋଲୋଜି ରେ ସର୍ବୋଚ୍ଚ ନମ୍ବର ରଖି ଶୀର୍ଷ ସ୍ଥାନ ର ଅଧିକାରିଣୀ ହୋଇଥିବାରୁ ତାଙ୍କୁ ରାଉରକେଲା ନିଟ ତରଫରୁ ସ୍ୱର୍ଣ୍ଣ ପଦକ ଓ ସାର୍ଟିଫିକେଟ ଦିଆଯାଇ ସମ୍ମାନିତ କରାଯାଇଛି । ଏହି ଉତ୍ସବ ରେ ସେଲ ର ଅଧକ୍ଷ୍ୟ ଶ୍ରୀମତୀ ସୋମା ମଣ୍ଡଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ , କୁମାରୀ ନନ୍ଦ କୁ ପୁରସ୍କାର ପ୍ରଦାନ କରିଥିଲେ ! କୁମାରୀ ଶତାବ୍ଦୀ ନନ୍ଦ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଭୀମପୁର ଗ୍ରାମ ନିବାସୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଭୂତି ନନ୍ଦ ଓ ଶିକ୍ଷୟତ୍ରୀ କଳ୍ପନା ମହାପାତ୍ର ଙ୍କ ଏକ ମାତ୍ର କନ୍ୟା ଅଟନ୍ତି ! ଶତାବ୍ଦୀ ନନ୍ଦ ଏହା ପୂର୍ବରୁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ରୁ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପ୍ରଯ୍ୟନ୍ତ ଅଧୟନ କରି ଅନୁଷ୍ଠାନ ର ଶ୍ରେଷ୍ଠ ଛାତ୍ରୀ ରୂପେ ପୁରସ୍କୃତ ହୋଇଥିଲେ । ତତସହିତ ଦଶମ ଶ୍ରେଣୀ ସିବିଏସ୍ ବୋର୍ଡ ରେ ଓଡିଶା ର ନବୋଦୟ ଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲେ । ସେ +2ପରୀକ୍ଷାର ବିଜ୍ଞାନ ବିଷୟରେ ସର୍ବୋଚ୍ଚ ନମ୍ବର ରଖି ଭୋପାଲ ନବୋଦୟ ତରଫରୁ ମଧ୍ୟ୍ୟ ପୁରସ୍କୁତ ହୋଇଥିଲେ । କୁମାରୀ ନନ୍ଦ ପିଲା ଦିନରୁ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ବତୃତା, କବିତା, ଗଳ୍ପ ଇତ୍ୟାଦି ରେ ଭାଗ ନେଇ ବହୁ ପୁରସ୍କାର ପାଇଛନ୍ତି । ସେ ପିଲା ଦିନରୁ ଜଣେ ମେଧାବୀ ଛାତ୍ରୀ ଥିଲେ , ତେଣୁ ଏପରି ପ୍ରତିଭା ବାଣପୁର ମାଟି ପାଇଁ ଗର୍ବି ଓ ଏପରି ସଫଳତା ପାଇଁ ଶତାବ୍ଦୀ ପ୍ରଭୁ କୃପା ଓ ଶିକ୍ଷକ, ଶିକ୍ଷୟତ୍ରୀ, ଗୁରୁଜନ ମାନଙ୍କ ଆଶ୍ରିବାଦ କୁ ଶ୍ରେୟ ଦେଇଛନ୍ତି ।

Exit mobile version