Site icon Awaj Media

କୁହୁଡି ଛକ ନିକଟରେ ସଡ଼କ ଦୁର୍ଘଟଣା : ଜଣେ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା କୁହୁଡି ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏକ ଆଇରନ ବୋଝେଇ ଟ୍ରକ କୁ ଧକ୍କା ଦେଲା ପିକପ ଭ୍ୟାନ । ଯାହା ଫଳରେ ଜଣେ ଗୁରୁତର ଆହତ ହୋଇ ଥିବାର ଜଣା ପଡ଼ିଛି । ସୂଚନା ମୁତାବକ ଭୁବନେଶ୍ଵର ରୁ କୌଣସି କାମ ପାଇଁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପିକପ ଭ୍ୟାନ ଭୂଷଣ୍ଡପୁର ଛକ ନିକଟରେ ଏକ ଆଇରନ ଡଷ୍ଟ ବୋଝେଇ ଟ୍ରକ ଛିଡା ହୋଇଥିବା ସମୟରେ ଟ୍ରକର ପଛ ପଟୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ଭ୍ୟାନ ଟିର ଆଗ ପଟ ସମ୍ପୂର୍ଣ ଭାବରେ ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଗାଡି ଭିତରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି କୁହୁଡି ଫାଣ୍ଡିକୁ ଜଣେଇଥିଲେ । ଘଟଣା ସ୍ଥଳରେ କୁହୁଡି ଫାଣ୍ଡି ଅଧିକାରୀ ପହଞ୍ଚି ଡ଼୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଇଥିବା ସହ ତଦନ୍ତ ଜାରି ରଖିଛନ୍ତି ।

Exit mobile version