Site icon Awaj Media

ଗଜପତି ରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକୃତା, ନିବନ୍ଧ ଲିଖନ, ଚିତ୍ରାଙ୍କନ ଏବଂ ସାଧାରଣଜ୍ଞାନ ପ୍ରତିଯୋଗିତା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା ପାରଳାଖେମୁଣ୍ଡିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରୂପକ ରଥ ଅଷ୍ଟମ ଶ୍ରେଣୀ, କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡି ବକୃତା ପ୍ରତିଯୋଗିତାରେ ପ୍ରଥମ ମୁନା ବେହେରା ଦଶମ ଶ୍ରେଣୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ , ଭାନ୍ନା ଓଡ଼ିଆ ନିବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରଥମ , ରୋଜାଲିନ ଭୂୟାଁ, ଅଷ୍ଟମ ଶ୍ରେଣୀ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ, ଗୁମ୍ମା, ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ଏବଂ କୁମାରୀ ଗୀତାଞ୍ଜଳୀ ଵିଞ୍ଚାଣୀ, ଦଶମ ଶ୍ରେଣୀ ବି ଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି କୃତି ପ୍ରତିଯୋଗି ମାନେ ଆସନ୍ତା 9 ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଅମୋସ ଲିମ୍ମା, ଜଗନ୍ନାଥ ପଟ୍ଟନାୟକ, କିଶୋର ଚନ୍ଦ୍ର ଦାସ, ଶିକ୍ଷକ ମଣ୍ଡଳୀ, ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମୋହିତ ଆଚାର୍ଯ୍ୟ, ପାରଳାଖେମୁଣ୍ଡି ର ସହକାରୀ ନିର୍ବାହୀ ଯନ୍ତ୍ରୀ ରୋଜାରାଣୀ ପଟ୍ଟନାୟକ ଓ ସସ୍ମିତା ସାହୁ ପରିଚାଳନା କରିଥିଲେ ।

Exit mobile version