Site icon Awaj Media

ନୟାଗଡ ଜିଲ୍ଲାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟକ୍ରମ ଆରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ନୟାଗଡର ଜନସାଧାରଣଙ୍କର କିପରି ଆଧାର କାର୍ଡ ସଂଶୋଧନ କରା ଯାଇପାରିବ ତାହା ଉପରେ ସଦଭାବନା ଗୃହରେ ଏକ ବିବୃତି ରଖିଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଯେଉଁ ବ୍ୟକ୍ତିମାନେ ନିଜର ଆଧାର କାର୍ଡ ୨୦୧୪ ମସିହା ପୂର୍ବରୁ କରାଇଛନ୍ତି, ସେମାନଙ୍କର ଆଧାର କାର୍ଡ ୧୦ ବର୍ଷ ପୂରଣ ହୋଇଥିବାରୁ ତାହାକୁ ଅପଡେଟ୍ କରିବାର ଆବଶ୍ୟକତା ଅଛି | ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ଆଧାର କେନ୍ଦ୍ରରେ ୫୦ ଟଙ୍କା ମୂଲ୍ୟଦେଇ ତଥା ନିଜର ପରିଚୟ ପ୍ରମାଣ ଯଥା ଭୋଟର୍ କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ, ଡ଼ିସାବିଲିଟି କାର୍ଡ, ମନରେଗା ଜବ୍‌ କାର୍ଡ, ଲେବର କାର୍ଡ ଏହା ମଧ୍ୟରୁ କୌଣସି ଗୋଟେ ଏବଂ ଠିକଣା ପ୍ରମାଣ ଯଥା ଭୋଟର୍ କାର୍ଡ, ରାସନ କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ, ଭୋଟର କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ , ୱାଟର ବିଲ, ଗ୍ୟାସ କନେକ୍ସନ କାର୍ଡ,ଇଲେଟ୍ରିସିଟି ବିଲ ଶେଷ ତିନି ମାସ ମଧ୍ୟରୁ , ଲେବର କାର୍ଡ, ଏହା ମଧ୍ୟରୁ କୌଣସି ଗୋଟେ ଦେଖାଇ ନିଜର ଆଧାର କାର୍ଡ ଅପଡେଟ୍ କରିବାକୁ ପଡିବ | ସଂପୃକ୍ତ ବ୍ୟକ୍ତିମାନେ ବ୍ଲକ ଅଫିସ, ମୁସିପାଲିଟି / ଏନ୍.ଏ.ସି ଅଫିସ, ବ୍ଲକ ଏଜୁକେସନ ଅଫିସ ଏବଂ ସମସ୍ତ ସି.ଡି.ପି.ଓ ଅଫିସରେ ନିଜେ ନିଜର ଆଧାର ଅପଡେଟ୍ କରାଇ ପାରିବେ | ଏହି ସୁବିଧା ପୋଷ୍ଟ ଅଫିସ ଏବଂ ନିର୍ଦ୍ଦିଷ୍ଟ କେତେକ ବ୍ୟାଙ୍କ କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ଅଛି |

Exit mobile version