ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ଉପାଧକ୍ଷା ରୀନା ଦେଇ ଆଜି ଆନୁଷ୍ଠାନିକ ଭାବରେ ତାଙ୍କର ନିଜ ନିଜ ବ୍ଲକ ପରିସର ନୁତନ କାର୍ଯ୍ୟାଳୟକୁ ହୋମ ପୂଜାର୍ଚ୍ଚନା କରି ପ୍ରବେଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ଉନ୍ନତିର ସ୍ରଷ୍ଟା , ପ୍ରମୂଖ ବିନ୍ଧାଣୀ ପୂର୍ବତନ ବିଧାୟକ ଡା.ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ସତ୍ୟନାରାୟଣ ପାଲଟାସିଂହ, ବାମନ ଚରଣ ଦାସ, ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ଭୋଳ ଙ୍କ ସମେତ ବାଣପୁର ବ୍ଲକର ୧୭ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ବାଣପୁର ବ୍ଲକର ପ୍ରାୟ ୨ ହଜାରରୁ ଅଧିକ ଲୋକ ବହୁ ନେତା, କର୍ମୀ ଉପସ୍ଥିତ ଥିଲେ ।
ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

