Site icon Awaj Media

ବିରିଗଡା ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର : କଟକ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ଗ୍ରାମର ସୁଦନ ମହାନ୍ତଙ୍କ 42 ବର୍ଷିୟ ପୁଅ ବିଜନ ମହାନ୍ତ ମଙ୍ଗଳବାର ରାତିରେ ସୁକିନ୍ଦା ଖଣି ଅଞ୍ଚଳରୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ବିରିଗୋଡା ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହୋଇଥିଲେ । ବାଇକ ଦୁର୍ଘଟଣାରେ ବିଜନ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ି ରହିଥିବା ସ୍ଥାନୀୟ ଲୋକେ ଦେଖି ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଜନଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ବିଜନଙ୍କର ଏକ ହାତ ଭାଙ୍ଗି ଯାଇଥିବା ସହ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ମଙ୍ଗଳାବର ବିଳମ୍ବିତ ରାତିରେ କଟକ ଏସସିବି କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

Exit mobile version