Site icon Awaj Media

ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୧୦୫୪ ଦିନରେ ପହଞ୍ଚିଲା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ମହାମାରୀ କରୋନା ସଚେତନତା, କୋଭିଡ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଇତିମଧ୍ୟରେ ୧୦୫୪ ଦିନରେ ପହଞ୍ଚିଛି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭନ୍ନ ଅଞ୍ଚଳର ଗରିବ ଅସହାୟ , ବୁଭୁକ୍ଷୁ, ବୃଦ୍ଧ ବୃଦ୍ଧା, ପାଗଳାପାଗିଳି, ରାସ୍ତା କଡର ପିଲା, ବସ୍ତି ବାସିନ୍ଦା ଆଦିଙ୍କୁ କମ୍ୱଳ, ମଶାରୀ, ବସ୍ତ୍ର, ମାକ୍ସ୍, ସାବୁନ, ସନିଟାଇଜର, ଓ. ଆର୍.ଏସ, ଡେଟେଲ, ଫିନାଇଲ, ପରିବା ଧୁଆ (ଇନ୍ଷ୍ଟା ୱାସ), ଶୁଖିଲା ଖାଦ୍ୟ ଆଦି ବଣ୍ଟନ ସହ ସରକାରଙ୍କ ପକ୍ଷରୁ ଜାରି ରହିଥିବା କରୋନା ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦିଆଯାଇଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ ଜେନା ସାଗର ମଲ୍ଲିକ ଆଦି ସେବା କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୦୫୧ରୁ ୧୦୫୪ପର୍ଯ୍ୟନ୍ତ ୪ଦିନ ଧରି ଆଉଁରୀ, ଅରେଇ, ସିଂହପୁର, ଓଳାଭର ଆଦି ଅଞ୍ଚଳ ମାନଙ୍କରେ ଏହି କୋଭିିଡ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଥିଲେ। ସରକାରୀ ତଥ୍ୟ ଅନୁଯୟୀ ଗତ ୬ତାରିଖ ଦିନ ଓଡ଼ିଶାରେ ୯ଟି ନୂତନ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଭାରତର ନୂତନ ପଜେଟିଭ ସଂଖ୍ୟା ଥିଲା ୮୯ ।ଏଣୁ ଏହା ସମଗ୍ର ଦେଶରୁ ବିଲୋପ ହେବା ପାଇଁ ଆଉ କିଛି ସମୟ ଲାଗିବ। ସେ ପର୍ଯ୍ୟନ୍ତ ମୁକାବିଲା କରିବା ପାଇଁ ଫାଉଣ୍ଡେନର ପ୍ରସ୍ତୁତ ଅଛି ବୋଲି ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Exit mobile version