କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ଲଣ୍ଡାଗାଁ ପଞ୍ଚାୟତର ଘୋଡାବାଲି ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବା ବେଳେ , ଅତର୍କିତ ଚଢ଼ାଉ କରି ୬୨ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଥିଲେ ! ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ବ୍ୟକ୍ତି ଜଣକ ଘୋଡ଼ାବାଲି ଗ୍ରାମର ଦୌରଥ ବାଘ ହୋଇଥିବା ବେଳେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ : ଜଣେ ଗିରଫ !!!

