ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପ୍ରଶାସନ ଦ୍ୱାରା ସୁନାନଟି ଦୁର୍ଘଟଣାର ସ୍ଥିତି ସମୀକ୍ଷା ! ସୁନାନଟି ଠାରେ ଗ୍ୟାସ ପାଇପ ଲାଇନ କାର୍ଯ୍ୟ ଚାଲିଥିବା ବେଳେ ଘଟିଥିବା ଦୁର୍ଘଟଣାରେ ମହାରାଷ୍ଟ୍ରର ଦୁଇ ଜଣ କୁଶଳୀ ଶ୍ରମିକ , ସୋନୁ ୱାଙ୍ଗଡେ ଓ ବିଜୟ ସିଭାରି ଗାଙ୍ଗୁଲ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଥିବା ଶ୍ରମିକ ସୁନିଲ କୁମାର ଯାଦବ , ରାମସିଂ ଉତମସିଂ ମୋରେ ଓ ଆୟୁନ କରିମ୍ ପଟେଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବିଷୟକୁ ନେଇ ନୟାଗଡ ଉପ ଜିଲ୍ଲାପାଳ, ସାଧାରଣ ପରିଚାଳକ ଗେଲ ଇଣ୍ଡିଆ ଲିମିଟେଡ଼, ପ୍ରକଳ୍ପ ପ୍ରବନ୍ଧକ ଆଡଭାନ୍ସ ଇନଫ୍ରାଷ୍ଟକ୍ଚର ଓ ମେକନ ଲିମିଟେଡ଼ କତୃପକ୍ଷ ଙ୍କ ସହିତ ଆଲୋଚନା କରିଛନ୍ତି ନୟାଗଡ ଜିଲ୍ଲାପାଳ ! ବୈଠକରେ ଆଡଭାନ୍ସ ଇନଫ୍ରାଷ୍ଟକ୍ଚର ପ୍ରାଇଭେଟ୍ ଲିମିଟେଡର ପ୍ରକଳ୍ପପ୍ରବନ୍ଧକ ଙ୍କ କହିବା ଅନୁସାରେ ଗ୍ୟାସ ପାଇପ୍ ଲାଇନର ସଫେଇ କାର୍ଯ୍ୟ ଚାଲୁ ରହିଥିବା ସମୟରେ ଦୁର୍ଘଟଣା ବଶତଃ ଗ୍ୟାସ ପାଇପ ଲାଇନ ମଧ୍ୟରେ ମହଜୁଦୁ ଥିବା ମାଟି କାଦୁଅ ଓ ଅନ୍ୟାନ୍ୟ ଆବର୍ଜନା ହଠାତ କ୍ଷୀପ୍ର ଗତିରେ ନିଷ୍କାସନ ହେବା ଫଳରେ ଅଘଟଣ ଘଟିଥିଲା । କମ୍ପାନୀ ତରଫରୁ ମୃତ ଶ୍ରମିକଙ୍କ ପରିବାରକୁ ଆବଶକୀୟ କ୍ଷତିପୂରଣ ଅର୍ଥ ରାଶି ଯଥାଶୀଘ୍ର ପ୍ରଦାନ କରାଯିବା ସହ ସେମାନଙ୍କ ମର ଶରୀରକୁ ନିଜ ଗ୍ରାମକୁ ପଠାଇବା ବ୍ୟବସ୍ଥାରେ ଯାହା ଖର୍ଚ୍ଚ ଲାଗିବ କମ୍ପାନୀ ତରଫ ରୁ ବହନ କରାଯିବ । ଏତଦବ୍ୟତୀତ କ୍ଷତିଗ୍ରସ୍ତ ପରିବାର ଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଅର୍ଥ ରାଶି ଓ ଆବଶ୍ୟକୀୟ ସହାୟତା ପ୍ରଦାନ ପାଇଁ ଜିଲ୍ଲପାଳ, ଜିଲ୍ଲା ଶ୍ରମ ଅଧିକାରୀ ଓ ପ୍ରକଳ୍ପ ପ୍ରବନ୍ଧକ ଏ.ଆଇ.ପି.ଏଲ ଙ୍କୁ ନିର୍ଦ୍ଦେଶ ପ୍ରଦାନ କଲେ । ନୟାଗଡ ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତ ଶ୍ରମିକଙ୍କ ହାଲଚାଲ ବୁଝି ଚିକିତ୍ସାଅଧିକାରୀ ଙ୍କୁ କିଭଳି ଶ୍ରମିକ ମାନେ ଶ୍ରିଘ୍ର ଆରୋଗ୍ୟ ଲାଭ କରିବେ ତାହା ବିଷୟରେ ଆଲୋଚନା କରିଥିଲେ । ଚିକିତ୍ସାଅଧିକାରୀ ଆହତ ଶ୍ରମିକ ବିପଦମୁକ୍ତ ଅଛନ୍ତି ବୋଲି ଅବଗତ କରାଇଥିଲେ । ଜିଲ୍ଲାପାଳ ଗେଲ ଆଡଭାନ୍ସ ଇନ୍ଫାଷ୍ଟକ୍ଚର ପ୍ରାଇଭେଟ୍ ଲିଃକୁ ଆଗାମି ଦିନରେ କାର୍ଯ୍ୟ ଚାଲୁ ରହିବା ସମୟରେ ଯଥେଷ୍ଟ ମାତ୍ରାରେ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

