Site icon Awaj Media

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ସକ୍ରାନ୍ତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଦାବୀ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ ! ଗଜପତି ଜିଲ୍ଲା କାଶୀ ନଗର ବ୍ଲକ ଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇ ଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସଂକ୍ରାନ୍ତରେ ବିଜେପି ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଯୋଜନାରେ ପ୍ରକୃତ ହିତାଧିକାରୀ ଘର ପାଉନଥିବା ବେଳେ ଅଯୋଗ୍ୟଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ କାଶୀ ନଗର ବ୍ଲକ ବିଜେପି କର୍ମକର୍ତ୍ତା ଓ କର୍ମୀ ବ୍ଲକ ଅଫିସ ଘେରାଉ କରିଥିବାର ଜଣା ପଡିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାସହୀନ ପରିବାରଙ୍କୁ ଯୋଗାଇ ଦେବା ପାଇଁ ମାର୍ଗଦର୍ଶିକା ପ୍ରଚଳନ କରିଛନ୍ତି । ବହୁ ହିତାଧିକାରୀ ବାସଗୃହ ପାଇବାରୁ ବାଦ ପଡିଛନ୍ତି । ତେଣୁ କାଶୀ ନଗର ବିଜେପି ତରଫରୁ ଉପଯୁକ୍ତ ହିତାଧିକାରୀଙ୍କୁ ବାସ ଗୃହ ଯୋଗାଣ ଓ ବାଦ ପଡିଥିବା ହିତାଧିକାରୀଙ୍କୁ ତାଲିକା ଭୁକ୍ତ କରିବା ଦାବି ନେଇ ବ୍ଲକ ଘେରାଉ ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଜେପି ଉପ ସଭାପତି ଜଗନ୍ନାଥ ମହାପାତ୍ର , ମଣ୍ଡଳ ସଭାପତି ଉମାକାନ୍ତ ଗନ୍ତାୟତ, ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ଡିଲେଶ୍ୱର ରାଓ , ପ୍ରଶାନ୍ତ ସାହୁ, ମୁକୁନ୍ଦ ରାଓ, ପିତର ଜେନା ଓ ଶତାଧିକ କର୍ମୀ ଏହି ବିକ୍ଷୋଭରେ ଭାଗ ନେଇଥିଲେ ।

Exit mobile version