Site icon Awaj Media

ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ଡେରାବିଶ ଜଳସେଚନ ଉପ ବିଭାଜନ କାର୍ଯ୍ୟାଳୟ ପରିସର ଛତା ଠାରେ ଅନୁଷ୍ଠିତ ହୋଇଯାଇଛି | ଅତିରିକ୍ତ ଜିଲ୍ଲପାଳ ପିତାମ୍ବର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧୃବ ଚରଣ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ଓ ବର୍ଦ୍ଧିଷ୍ଣୁ ଜନ ସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସମ୍ପଦ ବିକାଶ, ପରିଚାଳନା ଉପରେ ଗୁରୁତ୍ୱ ରହିଛି ଓ ଏହାର ସୁପରିଚାଳନା ପାଣି ପଞ୍ଚାୟତର ଆବଶ୍ୟକ ରହିଛି ବୋଲି ମତ ଦେଇଥିଲେ | ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି | ସମ୍ମାନିତ ଅତିଥି କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଯୋଗଦେଇ ପାଣି ସିଙ୍ଗଡ଼ା, ଜିଆଖତ ଚାଷ ଉପରେ ଆଲୋଚନା କରିବା ସହ ବୈଜ୍ଞାନିକ ଜ୍ଞାନକୌଶଳରେ ଚାଷ କରିବାକୁ କହିଥିଲେ | ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠି, ଉପ ଜିଲ୍ଲପାଳ ନିରଞ୍ଜନ ବେହେରା, ଡେରାବିଶ ବ୍ଲକର ଉପାଧକ୍ଷ ଦେବାଶିଷ ଆଚାର୍ଯ୍ୟ ଯୋଗଦେଇ ପାଣି ପଞ୍ଚାୟତର ଭୂମିକା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ | ଚାଷୀ ମାନଙ୍କ ସମସ୍ତ ଚାଷ ଜମିରେ କିପରି ଭାବେ ଜଳ ସେଚନ ହୋଇପାରିବ , ତଳ ମୁଣ୍ଡରୁ ଉପର ମୁଣ୍ଡକୁ କିପରି ପାଣି ଯାଇପାରିବ | ପ୍ରତ୍ୟେକ ପଞ୍ଚାୟତରେ ପାଣି ପଞ୍ଚାୟତ କମିଟି ମାଧ୍ୟମରେ ଜଳର କିପରି ସୁବଣ୍ଟନ କରାଯିବା ସେ ନେଇ ସମସ୍ତ ପ୍ରସ୍ତୁତି ଚାଲିଥିବା କହିଛନ୍ତି ରାଜନଗର ବିଧାୟକ ଧୃବ ସାହୁ l ଜଳସମ୍ପଦ ବିଭାଗର ଏସି ଉମେଶଚନ୍ଦ୍ର ସେଠିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ପାଣି ପାଞ୍ଚୟତର କର୍ମକର୍ତ୍ତା, ଚାଷୀ ଓ ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନେ ଉପସ୍ଥିତ ରହିଥିଲେ | ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ, ପ୍ରାଣନାଥ ମୁଣ୍ଡା, ଧରଣୀଧର ବେହେରା, ସହକାରୀ ଯନ୍ତ୍ରୀ ନବୀନ ପାଣିଗ୍ରାହୀ, ଗୋରାଶିଷ ସାହୁ, କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ବଳ, ଆକୁଳୀ ଚରଣ ସାହୁ, ଦେବେନ୍ଦ୍ର ବଳ ଙ୍କ ସହଯୋଗୀତାରେ ପାଣି ପଞ୍ଚାୟତ ପକ୍ଷ ଉପଲକ୍ଷେ ସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପଶୁସମ୍ପଦ, କୃଷି ବିଭାଗ ଆଦି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲମାନ ଖୋଲାଯାଇ ଚାଷୀଙ୍କୁ ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ |ପରିଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା |

Exit mobile version