Site icon Awaj Media

ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନ ବାଜିରାଉତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବ୍ୟାସନଗର ଅଟୋନମସ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ତୃତୀୟ ରିଜର୍ଭ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୋବର କେରକେଟା, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ପଟ୍ଟନାୟକ, ସରପଞ୍ଚ ସ୍ଵାଧୀନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଦର୍ଶ ବିଦ୍ୟାଳୟର ଅଧକ୍ଷ ନିର୍ମଳ ଚନ୍ଦ୍ର ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ସ୍କୁଲ ଠାରୁ +୨ ପର୍ଯ୍ୟନ୍ତ ଜୀବନରେ ଭଲ ମଣିଷ ହେବାକୁ ହେଲେ ଛାତ୍ର ଜୀବନର ଗୁରୁତ୍ଵ ବୁଝି ଶିକ୍ଷାକୁ ଛାତ୍ର ଜୀବନର ବ୍ରତ ଭଳି ପାଳନ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟରେ କହିଥିଲେ । ଜୀବନରେ ଭଲ ମଣିଷ ହେବାକୁ ହେଲେ ଶିକ୍ଷାଲାଭ କରିବା ସହ ଆଚାର ବ୍ୟବହାର ମାର୍ଜିତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟବକ୍ତା ନିଜ ବକ୍ତବ୍ୟରେ କହିଥିଲେ । ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଜୁନିୟର ଓ ସିନିୟର୍ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଚମ୍ପିୟାନ ଭାବେ ଜୁନିଅର ବିଭାଗର ଦିପ୍ତିରଞ୍ଜନ୍ ହାଇବୃ, ସିନିୟର୍ ବିଭାଗରେ ବୁଧିରାମ ପୂର୍ତ୍ତି, ଶ୍ରେଷ୍ଠ ଛାତ୍ର ଭାବେ ଦିବ୍ୟ ମହାପାତ୍ର, ଶୃଙ୍ଖଳିତ ଛାତ୍ରୀ ଭାବେ ଏଲିନା ସାହୁ, ବଳବାନ ଛାତ୍ର ଭାବେ ଓମ ପ୍ରକାଶ ବଳ, ସୃଜନଶିଳ ଛାତ୍ର ଭାବେ ଆଦିତ୍ୟ ସହସ୍ରାନ୍ସୁ ଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ଆରମ୍ଭରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version