କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ସୁଜନପୁର ଗ୍ରାମ ପଞ୍ଚାୟତ ର ଜଗଦଳପୁର ଗ୍ରାମ ରେ ଆରାଧ୍ୟା ଠାକୁରାଣୀ ମା ପାଦୁକାଇ ଙ୍କ ନିକଟସ୍ଥ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ମନ୍ଦିରରେ ମା ଙ୍କ ବିଗ୍ରହ ପ୍ରତିଷ୍ଠା ଓ ୧୦୮ କଳସ ଯାତ୍ରା , ନାମ ସଙ୍କୀର୍ତ୍ତନ , ମଙ୍ଗଳ ଆରତୀ, ସୂର୍ଯ୍ୟ ପୁଜା ଆଦି ସମାପନା କରାଯାଇଥିଲା ! ଜଗଦଳପୁର ଗ୍ରାମ ର ସଭାପତି ସଦାଶିବ ବଳବନ୍ତରାୟ, ଉପସଭାପତି କୈଳାସ ଚନ୍ଦ୍ର ପରିଡା, ବିଦ୍ୟାଧର ବଳବନ୍ତରାୟ, ପ୍ରସନ୍ନ ରାଉତରାୟ, ଅର୍ଜୁନ ପୃଷ୍ଟି ଆଦି ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଜଗଦଳପୁର ଗ୍ରାମ ରେ ନୁତନ ମନ୍ଦିର ପ୍ରତିଷ୍ଠା !!!

