ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ ବର୍ଷ ଧରି ଗୌରହରି ମାଝୀ – ଅତିରିକ୍ତ ରାଜସ୍ବ ନିରୀକ୍ଷକ, ସୁଦୀପ ପଟ୍ଟନାୟକ – ଅମିନ ଏବଂ ଜ୍ୟୋତ୍ସ୍ନା ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷ ରେ ଥରେ ବଦଳି ହେବାର ନିୟମ ଅଛି । କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବା ଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି । ଜିଲ୍ଲାରେ ଥିବା ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ବଦଳି ହେଉଥିବା ବେଳେ ଗଣିଆ ତହସିଲଦାର ଙ୍କ ଅଫିସରେ ଏହା କଣ ପାଇଁ କାର୍ଯ୍ୟକାରୀ ହେଉନାହିଁ ! ଏ ନେଇ ଭାରତ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିଛି । ଭାରତ ବିକାଶ ପରିଷଦ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଆଜି ଦେଇଛନ୍ତି । ଏହି କର୍ମଚାରୀ ମାନେ ବହୁ ଦୁର୍ନୀତିରେ ଜଡିତ ରହି ଜନ ସାଧାରଣଙ୍କ କାମ କରୁନାହାନ୍ତି l ୧୫ଦିନ ମଧ୍ୟରେ ଯଦି ଏହି କର୍ମଚାରୀ ମାନଙ୍କୁ ବଦଳି କରା ନଯାଏ ତାହାଲେ ଭାରତ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟଳୟ ର ଆଶ୍ରୟ ନେବେ ବୋଲି ନୟାଗଡ ଜିଲ୍ଲା ସଭାପତି ତ୍ରିନାଥ ନାୟକ ଜଣାଇଛନ୍ତି ।
ବଢୁଛି ସ୍ୱେଚ୍ଛାଚାରିତା : ଗଣିଆ ତହସିଲ କର୍ମଚାରୀ ଙ୍କୁ ବଦଳି ଦାବି !!!

