Site icon Awaj Media

ରାକମା ଗ୍ରାମରେ ମା ହେଙ୍ଗୁଳାଇଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ ରାକମା ଗ୍ରାମରେ ମା ହେଙ୍ଗୁଳାଇ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ଯରଞ୍ଜନ ପଟ୍ଟନାୟକ ଏବଂ ଭାପୁର ବ୍ଲକ ଉପାଧ୍ଯକ୍ଷ ବେଣୁଧର ପ୍ରଧାନ , ୧୮ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଧର୍ମେନ୍ଦ୍ର କୁମାର ଧଳ, ରାକମା ସମିତି ସଭ୍ୟ ବାଳ ଗୋପାଳ ଷଡ଼ଙ୍ଗୀ, ଶିବପ୍ରସାଦ ଷଡ଼ଙ୍ଗୀ, ଅନ୍ତର୍ଯ୍ୟାମୀ ପରିଡ଼ା , କେଶବ ନାୟକ, ପଙ୍କଜ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଥିଲା ! ୨ ୟ ଦିନରେ ଗ୍ରାମର ମହିଳା ଓ ପୁରୁଷ ମାନେ ପଦ୍ମାବତୀ ମହାନଦୀରୁ କଳସ ଯାତ୍ରା କରିଥିଲେ ! ଅତି ଆଡମ୍ବର ଓ ଶ୍ରଦ୍ଧାର ସହ ମା ହେଙ୍ଗୁଳାଇ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିଲା । ମନ୍ଦିର ପରିସରରେ ରାମ ଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Exit mobile version