Site icon Awaj Media

ନୟାଗଡ଼ ରେ ଭାରତୀୟ ଜନତା ପାର୍ଟି ର ଦିନଦୟାଲ ଉପାଧ୍ୟାୟ ପୂଣ୍ୟତିଥି ପାଳନ ଏବଂ ମିଶ୍ରଣ ପର୍ବ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡର ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂଙ୍କ ଆହ୍ବାନ କ୍ରମେ ନଗର ମଣ୍ଡଳ ସଭାପତି ସନ୍ତୋଷ କୁମାର ରାଉତରାୟଙ୍କ ସଭାପତିତ୍ବ ରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି (ସମର୍ପଣ ଦିବସ ) ଅବସର ରେ ଏକ ବୈଠକ ପୁରୁଣା ରାଜବାଟୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୫୦୦ ରୁ ଅଧିକ କର୍ମୀ ଯୋଗ ଦେଇଥିଲେ ! ଚନ୍ଦ୍ରବିଜୟୀ ମିଶ୍ର ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ , ରଞ୍ଜନ କୁମାର ପଣ୍ଡା ଶିକ୍ଷା ଉପରେ, ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ଓ ଚିନିକଳ ସମ୍ୱନ୍ଧରେ , ନୃସିଂହ ଚରଣ ମହାପାତ୍ର କୃଷି, ଦିଲ୍ଲିପ ସେଠୀ ଯୁବ ସଶକ୍ତିକରଣ, ରାମହରି ଚୌଧୁରୀ ମଣ୍ଡି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବସନ୍ତ ପଟ୍ଟନାୟକ ଆଇନ ଶୃଙ୍ଖଳା, ଧରିତ୍ରୀ ସେଠୀ ମହିଳା ସଶକ୍ତିକରଣ, ଆରତୀ ଗୌଡ ମହିଳା ସଙ୍ଗଠନ, ସୁବାଷ ପଟ୍ଟନାୟକ ଅଭିଯୋଗ ଶୁଣାଣି, କୃପାସିନ୍ଧୁ ଗୌଡ ଓ ଅଜୟ କୁମାର ନାୟକ ସଙ୍ଗଠନ ଉପରେ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ, ସୌମ୍ୟ ରଞ୍ଜନ ପ୍ରଧାନ, ଅଚ୍ୟୁତାନନ୍ଦ ପଣ୍ଡା, ପ୍ରମୋଦ କୁମାର ଦାସ ପ୍ରମୁଖ ଦଳର ଆଭିମୂଖ୍ୟ ଓ ତୃଣମୁଳ ସ୍ତରରେ ଭାରତୀୟ ଜନତା ପାର୍ଟି, ନୟାଗଡ ଜିଲ୍ଲାର ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ ।

ନୟାଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଇକିରି ଗ୍ରା.ପ. ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ପାଳ ଏବଂ ବାଲୁଗାଁ ପଞ୍ଚଯାତର ୨୦ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ରାଣୀମା’ଙ୍କ ନେତୃତ୍ବ ଉପରେ ଆସ୍ଥା ରଖୁ ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । ଆଜିର କାର୍ଯ୍ୟକ୍ରମରେ ସିନ୍ଦୁରିଆ ସରପଞ୍ଚ ପ୍ରମୋଦ କୁମାର ବେହେରା, ଚମ୍ପତିପୁର ସରପଞ୍ଚ ଅମରପ୍ରସାଦ ସାଥୁଆ, ଗମ୍ଭାରିତିହି ସମିତି ସଭ୍ୟ ହରିଶ୍ଚନ୍ଦ୍ର ପଣ୍ଡା, ଗମ୍ଭାରିଡିହି ସରପଞ୍ଚ ଉଷାରାଣୀ ପଟ୍ଟନାୟକ, ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇ ସୂଚାରୁ ରୂପେ ବୈଠକକୁ ସମ୍ପନ୍ନ କରିଥିଲେ ।

Exit mobile version