Site icon Awaj Media

ରାୟଗଡାରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ ଦିନ ଧରି ପଡି ରହିଥିବା ୩୭୧୭ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ. ୭୭,୬୨,୮୯୩ (ସତସ୍ତରି ଲକ୍ଷ ବାଷଠି ହଜାର ଆଠସହ ତେୟାନବେ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୩୮ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୧,୮୧,୭୫୦( ଏକ ଲକ୍ଷ ଏକାଶି ହଜାର ସାତ ଶହ ପଚାଶ) ଟଙ୍କା ଆଦାୟ ହୋଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ l ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିରା ଅହମଦ , ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ !

Exit mobile version