Site icon Awaj Media

ସହିଦ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୧୪ ଫେବୃଆରୀ କୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମିଶନ ରକ୍ତଦାନ ର ସଦସ୍ୟ ମାନେ । ରାଜଧାନୀ ରକ୍ତ ଭଣ୍ଡାର ପରିସରରେ ରକ୍ତଦାନ ଶିବିର ଆୟୋଜନ କରି ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ! ଯୁବ ସମାଜସେବୀ ପ୍ରିୟବ୍ରତ ଦାସ ଙ୍କ ଜନ୍ମ ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର ରେ ୨୦ ରୁ ଉର୍ଦ୍ଧ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ଏହି ଶିବିରକୁ ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟ ଆବାହକ ମଧୁସୂଦନ ଦାସ ଉଦଘାଟନ କରିଥିଲେ । ଗୁନୁ ଆଚାର୍ଯ୍ୟ, ହରେକୃଷ୍ଣ ମହାନ୍ତି, ଅଶ୍ଵିନୀ କୁମାର ଦାସ, ଭାଗ୍ୟଶ୍ରୀ ରାଉତ, ପ୍ରିୟବ୍ରତ ଦାସ ଏବଂ ବିଭୂତି ଭୂଷଣ ସାହୁ, ହର ପ୍ରସାଦ ମହାପାତ୍ର, ଅରୂପା ଗୌଡ଼ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Exit mobile version