Site icon Awaj Media

ଦେଉଳି ବାଲୁଙ୍କେଶ୍ୱର ବିଦ୍ୟାପୀଠ ୧୯୮୭ ବ୍ୟାଚର ବନ୍ଧୁମିଳନ ପର୍ବ : ଦୀର୍ଘ ୩୬ ବର୍ଷର ଅମୃତ ସ୍ମୃତିରେ ବିଭୋର ସହପାଠୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ଦେଉଳି ବାଲୁଙ୍କେଶ୍ୱର ବିଦ୍ୟାପୀଠ ୧୯୮୭ ବ୍ୟାଚର ବନ୍ଧୁମିଳନ ପର୍ବ ଦହିଗାଁ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୬ ବର୍ଷ ପରେ ପରସ୍ପରକୁ ନିକଟରେ ଦେଖି ବନ୍ଧୁ ବର୍ଗ ଆତ୍ମବିଭୋର ହୋଇ ଯାଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପତି, ଗୋବିନ୍ଦ ମାଝୀ, ନିରଞ୍ଜନ ପ୍ରଧାନ, ବିଭୂତି ନାୟକ, ନିତ୍ୟାନନ୍ଦ ପତି, ଆଲୋକ ପ୍ରଧାନ, ମହେଶ୍ୱର ଭୋଇ, ଆରତୀ ଜେନା, ଅନୁଶୟା ଦାସ, ସରୋଜିନୀ ସ୍ବାଇଁ, ସୁଲେଖା ପତି, ଅନିତା ପତି ଏବଂ ଅନ୍ୟ ସାଥୀ ମନେ ଅଂଶ ଗ୍ରହଣ କରିଥିଲେ ।

Exit mobile version