Site icon Awaj Media

ସୋସାଲ ମିଡ଼ିଆ ମତଦାନକୁ ନେଇ ନୟାଗଡ ରାଜନୀତିରେ ଚର୍ଚ୍ଚା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସୋସାଲ ମିଡ଼ିଆ ମତଦାନକୁ ନେଇ ନୟାଗଡ ରାଜନୀତିରେ ଚର୍ଚ୍ଚା ! ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତିଙ୍କ ବିଜେପି ମୋହ ! ସୋସିଆଲ ମିଡିଆରେ ଅରୁଣଙ୍କୁ ଛାଡି ରାଣୀଙ୍କୁ ଦେଲେ ଭୋଟ ! ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ତଳୀ ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଭାବେ ସିଙ୍ଗାରପଲ୍ଲୀ ପଂଚାୟତର ଶୁଭ୍ରାଂଶୁ ଶେଖର ସେନାପତି କାର୍ଯ୍ୟରତ ଅଛନ୍ତି । ବର୍ତମାନ ସମୟରେ ପିପୁଲସ ଭଏସ ନୟାଗଡର ଏକ ଫେସବୁକ ଆଡିରେ ନୟାଗଡ ବିଧାନସଭା ନିର୍ବାଚନରେ ଜନସାଧାରଣ କାହାକୁ ପସନ୍ଦ କରିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜନମତ ସଂଗ୍ରହ କରାଯାଉଛି । ଏଥିରେ ବିଜେଡିରୁ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ବିଜେପିରୁ ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଏବଂ କଂଗ୍ରେସରୁ ରଣଜିତ ଦାସଙ୍କୁ ସ୍ଥାନ ଦିଆଯାଇଛି। ଏତିକି ବେଳେ ନୂଆଗାଁ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହା କିନ୍ତୁ ବିଜେଡି ନୁହେଁ ବିଜେପି ସପକ୍ଷରେ ଯାଇଛି । ଯାହାକି ଯୁବ ବିଜେଡି ସଭାପତିଙ୍କର ବିଜେପି ସହିତ ଅଘୋଷିତ ମେଣ୍ଟ ବୋଲି ସାଧାରଣରେ ଆଲୋଚନା ହେଉଛି । ହେଲେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି ବିଜେଡିର ନେତାଙ୍କୁ ଭୋଟ ଦେବା ପରିବର୍ତ୍ତେ ସୋସିଆଲ ମିଡିଆରେ ଖୁଲମଖୁଲା ଭାବେ ବିଜେପି ନେତ୍ରୀଙ୍କୁ ଭୋଟ ଦେବା ଘଟଣା ବିଜେଡିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଶୁଭ୍ରାଂଶୁଙ୍କର ବିଜେଡି ନୁହେଁ ବରଂ ବିଜେପି ପ୍ରତି ମୋହ ବଢୁଥିବା ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ପୂର୍ବରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସହ ବିଜେପିର ଅଘୋଷିତ ମେଣ୍ଟ ହେଉଥିବା ନେଇ ଏକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ବର୍ତମାନ ନୂଆଗାଁ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ପ୍ରତ୍ୟୁଷାଙ୍କୁ ଭୋଟ ଦେବା ପରେ ପୂର୍ବରୁ ହୋଇଥିବା ଚର୍ଚ୍ଚାରେ ସତ୍ୟତା ଥିବା ଜଣାପଡୁଛି । ଏହି ଘଟଣା ପରେ ଦଳ ବିରୋଧରେ ଆତ୍ମଘାତୀ କାର୍ଯ୍ୟ କରୁଥିବା ଏହି ନେତାଙ୍କ ପାଇଁ ଦଳ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।

Exit mobile version