ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ଠାରୁ ସିପିଆଇ ର ଜିଲ୍ଲା ସମ୍ପାଦକ ତଥା ଵିକେଏମୟୁ ର ରାଜ୍ୟ ସଭାପତି ଜେନା ସୁବାଷ ରାଓଙ୍କ ନେତୃତ୍ୱରେ ମହିଳା ମାନେ ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଦାବି ଗୁଡିକ ହେଲା ମହିଳା ମାନଙ୍କ ପେନସନ ବୃଦ୍ଧି କରିବା, ମହିଳା ଶ୍ରମିକ ମାନଙ୍କୁ ସମାନ କାମ ପାଇଁ ସମାନ ମଜୁରୀ ଦେବା, ଋଣ ପ୍ରଦାନ କରିବା, ବୃଦ୍ଧା, ବିଧବା, ଅକର୍ମଣ୍ୟ ମାନଙ୍କ ମଞ୍ଜୁରୀ ଅର୍ଥ ବ୍ୟାଙ୍କ ଖାତାରେ ନ ପକାଇ ନିଜ କର୍ମଚାରୀ ମାନଙ୍କ ଦ୍ବାରା ଘରକୁ ଯାଇ ସେମାନଙ୍କ ହାତରେ ପ୍ରଦାନ କରିବା ! ଏହି ଭଳି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇ ଥିବାର ଜଣାପଡିଛି ।
ଉତ୍କଳ ମହିଳା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ !!!

