Site icon Awaj Media

ନୟାଗଡ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ରେ “ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଖଣ୍ଡପଡା ରୋଡସ୍ଥ ନୀଳମାଧବ କଲ୍ଯାଣ ମଣ୍ଡପ ଠାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ତରଫରୁ ” ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୩୫୦ ଜଣ ଅଭିଭାବକଙ୍କୁ ନେଇ ଶିଶୁ ମାନଙ୍କର ପ୍ରଗତିରେ ମାତାପିତାଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା ।

ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଶୈକ୍ଷିକ ଶିବିରରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ପ୍ରାଧ୍ଯାପକ ପ୍ରମୋଦ କୁମାର ଦାଶ ଯୋଗଦେଇ ଥିଲା ବେଳେ ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ଶ୍ରାବଣୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ କଲେଜ ଲେନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ସାହୁ ଯୋଗଦେଇ ଗୋଟିଏ ଶିଶୁ ପାଇଁ ପିତାମାତାଙ୍କର ଅଜସ୍ର ଅବଦାନ ସହିତ ପ୍ରମୁଖ ଭୂମିକା ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ । ମାଆ ମାନେ ଶିଶୁଙ୍କ ମାର୍କ ପଛରେ ନ ଗୋଡାଇ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଉକ୍ତ ଆଲୋଚନା ଚକ୍ରରେ ୩୫୦ରୁ ଉର୍ଦ୍ଧ୍ବ ପିତାମାତା ଯୋଗଦେଇ ବହୁ ଶିକ୍ଷଣୀୟ ବିଷୟ ଜାଣିବାକୁ ପାଇଲୁ ବୋଲି ମତପ୍ରକାଶ କରି ଥିଲେ। ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ସେବବ୍ରତୀ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

Exit mobile version