Site icon Awaj Media

୨୫ ଦିନ ପରେ ସୁଦ୍ଧା ପତାକା ଖୋଲିବାକୁ ନିଘା ନାହିଁ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଦେଶର ଗର୍ବ ଓ ଗୌରବ ତ୍ରିରଙ୍ଗା ! ଭାରତ ମାତା ର ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ! ଜାତୀୟ ଦିବସରେ ପତାକା ଉତ୍ତୋଳନ ପରେ ଏବେ ସୁଦ୍ଧା ବହୁ ସ୍ଥାନରେ ତ୍ରିରଙ୍ଗା ଅବହେଳିତ ହୋଇପଡେ ! ସଚେତନତା ର ଅଭାବ ଏପରି ଘଟଣାର ପୁନରାବୃତ୍ତି ଘଟାଉଛି ! ଏପରି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅଞ୍ଚଳରୁ ! ଜାନୁଆରୀ ଛବିଶ ତାରିଖ ପରେ ତ୍ରିରଙ୍ଗା କୁ ଯଥାବିଧି ନକାଢି ଭାପୁର କଲେଜ ଗେଟ ଆଗରେ ରସି ଭଳି ଭିଡ଼ିକି ରଖିଥିଲେ କିଛି ଦୁର୍ବୁତ୍ତ ! ତେବେ ସ୍ଥାନୀୟ କିଛି ଗଣମାଧ୍ୟମ ପ୍ରତିନିଧି ଏହା ଦେଖିବା ପରେ ଜାତୀୟ ପତାକା କାଢି ଉଚିତ ସ୍ଥାନରେ ରଖିଛନ୍ତି ! ସମସ୍ତଙ୍କୁ ବିନମ୍ର ଅନୁରୋଧ ଜାତୀୟ ପତାକା କୁ ସାଧ୍ୟମତେ ସମ୍ମାନ କରନ୍ତୁ ! ଏହା ଆମ ଦେଶ ର ଗର୍ବ ଓ ଗୌରଵ !

Exit mobile version