ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : କେନ୍ଦୁପଲ୍ଲୀ ଶ୍ରୀମଦ ଭାଗବତ ପ୍ରସାର ସମିତିର ବାର୍ଷିକ ଉତ୍ସବ ଆୟୋଜିତ ! ସ୍ଥାନୀୟ କେନ୍ଦୁପଲ୍ଲୀ ଶ୍ରୀମଦ ଭାଗବତ ପ୍ରସାର ସମିତିର ଆନୁକୂଲ୍ୟରେ ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ଼ଃ ଅଖିଳେଶ ପଣ୍ଡାଙ୍କ ପୌରୋହିତ୍ୟରେ ଓ ଶିକ୍ଷାବିତ ସଦାନନ୍ଦ ଦାଶଙ୍କ ସଂଯୋଜନାରେ ରୁକ୍ମିଣୀ ବିବାହ ପ୍ରସଙ୍ଗ ଆଲୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି, ବର୍ଷିୟାନ ପାଲା ଗାୟକ ପ୍ରଫୁଲ କୁମାର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାଗବତ କଥା ପଠନ ଓ ଶ୍ରଵଣ ମଣିଷର ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ଉତରିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଭାଗବତ କଥା ଓ ଗାଥା ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଭଗବତ ପ୍ରେମୀ ଅଧ୍ୟାପକ ସୀତାକାନ୍ତ ପାଣିଗ୍ରାହୀ, ପଣ୍ଡିତ ତପନ କୁମାର ପଣ୍ଡା, ବାନାମ୍ବର ପଣ୍ଡା ଓ ଗଦାଧର ପଣ୍ଡାଙ୍କୁ ମାନପତ୍ର ଓ ଉତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପଣ୍ଡିତ ତପନ କୁମାର ପଣ୍ଡାଙ୍କ ରଚିତ ” ଭକ୍ତି ନିବେଦନ ଶତକମ ” କୁ ଲୋକାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାଗବତ ମହାପାତ୍ର, ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା, ଇଂ ପବିତ୍ର କୁମାର ପୃଷ୍ଟି, ଗୌରହରି ଦାଶ ଓ ଶ୍ରୀକାନ୍ତ ହୋତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷ ରେ ଶିକ୍ଷକ ଶ୍ରୀକାନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
କେନ୍ଦୁପଲ୍ଲୀ ଶ୍ରୀମଦ ଭାଗବତ ପ୍ରସାର ସମିତିର ବାର୍ଷିକ ଉତ୍ସବ !!!

