Site icon Awaj Media

ପାରଳାର ବିଭିନ୍ନ ଶୈବପୀଠରେ ମହାଶିବରାତ୍ର ଉପଲକ୍ଷେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଶୈବପୀଠ ଗୁଡିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସହରରେ ଥିବା ବିଭିନ୍ନ ଶୈବପୀଠ ଗୁଡ଼ିକରେ ଭକ୍ତ ମାନେ ନଡ଼ିଆ କଦଳୀ ବେଲ ପତ୍ର ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଛନ୍ତି । ଶାନ୍ତି ଶୃଙ୍ଖଳା ସକାଶେ ବିଭିନ୍ନ ଶୈବପୀଠ ଗୁଡିକରେ ପୋଲିସ ମୁତୟନ କରାଯାଇଛି । ସେହିପରି ଜିଲ୍ଲାର ପୁରପଲ୍ଲୀରେ ଥିବା ଶୈବ ମନ୍ଦିର ଗୁଡିକରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି ।ସହରର ବିଭିନ୍ନ ମନ୍ଦିରରେ ସନ୍ଧ୍ୟା ସମୟରେ ଆଳତୀ ଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରଦୀପ ପ୍ରଜ୍ବଳନ କରି ଶିବଙ୍କ ସ୍ତୁତି ଗାନ କରାଯାଉଛି । ଶିବଙ୍କ କୃପା ଲାଭ ଓ ମନସ୍କାମନା ପୂରଣ ସକାଶେ ଭକ୍ତ ମାନେ ଉପବାସ ରହି ପୂଜାର୍ଚ୍ଚନା କରୁଛନ୍ତି । ଶିବଙ୍କ ମହାଦୀପ ଉଠିବାର ଦର୍ଶନ ସକାଶେ ଭକ୍ତମାନେ ଦୀପ ଜଳାଇ ବସିଛନ୍ତି । ସହରର ରାମଲିଙ୍ଗେଶ୍ୱର, ଧବଳେଶ୍ବର, ଗୁପ୍ତେଶ୍ଵର , ଗୋକୋନେଶ୍ଵର ଏହି ଭଳି ବିଭିନ୍ନ ଶୈବପୀଠ ପୀଠରେ ଭିଡ଼ ଜମୁଛି ।

Exit mobile version