Site icon Awaj Media

ସୁକ୍ରଙ୍ଗି ଗ୍ରାମରୁ ବିରଳ ପ୍ରଜାତି ର ୧୬ ଫୁଟ ର ଅହିରାଜ ସାପ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାହାଷୋଳ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ଆଜି ଏକ ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି । ସୂଚନା ମୁତାବକ ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟ ଆଜି ଦିନ ସମୟରେ ଏହି ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ୧୬ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରିଥିଲେ ।

Exit mobile version