Site icon Awaj Media

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ମହାଶିବରାତ୍ରୀରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ଜନଗହଳି ରେ ଉଛୁଳି ପଡୁଛି ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ । ଫାଲଗୁନ ମାସ କୁଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ମହାଶିବ ରାତ୍ରୀକୁ ଜାଗର ଓଷା ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠରେ ମହାଶିବ ରାତ୍ରୀ ଅବସରରେ ଚଳ ଚଞ୍ଚଳ ହୋଇ ପଡିଛି ମନ୍ଦିର ପରିସର । ଆଜିର ଦିନରେ ବାବା ଉମାମହେଶ୍ଵର ଦେବଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ନିଜଳା ଉପବାସ କରିବା ସହିତ ଉଜାଗର ରହି ଜାଗର ଦ୍ଵୀପ ଜାଳି ମହାଦେବ ଙ୍କ କୃପା ଲାଭ କଲେ ମନସ୍କାମନା ପୂରଣ ହୁଏ ବୋଲି କିଛି ଶ୍ରଦ୍ଧାଳୁ କହିଛନ୍ତି । ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳର ସମସ୍ତ ଶୈବପୀଠ ଗୁପ୍ତେଶ୍ୱର ଦେବ, ଭେଟିନାଥ ଦେବ, ବ୍ରହ୍ମେଶ୍ୱର ଦେବ ଙ୍କ ମନ୍ଦିରରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମାନେ ଉଜାଗର ରହି ଜାଗର ଦ୍ଵୀପ ଜାଳୁ ଥିବାର ଦେଖିବାକୁ ମିଳିଛି ।

Exit mobile version