Site icon Awaj Media

କଟିକଟା ନିଳକଣ୍ଠେଶ୍ଵର ମହାଦେବ ପୀଠରେ ଜାଗର ଯାତ୍ରା ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମହାଶିବରାତ୍ରୀ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟିକଟା ପଞ୍ଚାୟତ ପଞ୍ଚମଖଣ୍ଡ ଭୋଳର ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ରେ ମହା ସମାରୋହରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ଏହି ଅବସରରେ ବିଶ୍ଵର କଲ୍ୟାଣ ନିମନ୍ତେ ନିଳକଣ୍ଠେଶ୍ଵର ମହାଦେବ ମନ୍ଦିର ରେ ତିନି ଦିନ ବ୍ୟାପୀ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ମହାଶିବରାତ୍ରୀ ଦିନ ସଂଧ୍ୟାରେ ପୂର୍ଣ୍ଣ ଆହୁତି ସମାପ୍ତ ହୋଇଯାଇଛି । ମହାଶିବରାତ୍ରୀ ଅବସରରେ ପ୍ରାତଃ ସମୟରୁ ପ୍ରଭୁ ନିଳକଣ୍ଠେଶ୍ଵର ନିକଟରେ ଅଖଣ୍ଡ ଦୀପ ଜଳାଯାଇ ନାନାଦି ପୁଷ୍ପରେ ପ୍ରଭୁ ଙ୍କୁ ସୁସଜ୍ଜିତ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ପ୍ରଭୁ ଙ୍କ ଦର୍ଶନ ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା । ପ୍ରଭୁ ଙ୍କ ନିକଟରେ ଶ୍ରଦ୍ଧାଳୁ ମାନେ ନିଷ୍ଠା ଉପବାସ କରି ପ୍ରଭୁଙ୍କୁ ଟୋପର ଚଢାଇ ଦୀପ ଜଳାଇ ଉଜାଗର ରହି ମହାଦୀପ କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ । ନିଳକଣ୍ଠେଶ୍ଵର ମହାଦେବ ଙ୍କ ରୁଦ୍ରାଭିଷେକ ପରେ ରାତି ତିନିଟାରେ ମନ୍ଦିର ଉପରକୁ ମହିଦୀପ ଉଠିଥିଲା । ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ନିମନ୍ତେ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ନିମନ୍ତେ ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Exit mobile version