Site icon Awaj Media

ପରଲୋକରେ ରୁକ୍ମଣୀ ଦେବତା : ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ବରିଷ୍ଠ ଚାଷୀ ଶେଷଦବ ଦେବତାଙ୍କ ଧର୍ମପତ୍ନୀ ରୁକ୍ମଣୀ ଦେବତା (୭୫) ଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମପ୍ରାଣା, ମିଷ୍ଟଭାଷୀ, ମେଳାପି ଭାବେ ପରିଚିତ ବ୍ୟକ୍ତିତ୍ଵ ଥିଲେ । ଅନ୍ତିମ ନିକଟରେ ସ୍ବାମୀ ଶେଷଦେବ ଦେବତା, ଅମୂଲ୍ୟ ଦେବତା, କିଶୋର ନନ୍ଦ, ବିଜୟ କୁମାର ଦେବତା, ପୁତ୍ର ଆଇନଜୀବୀ ଧୈର୍ଯ୍ୟଧର ଦେବତା, ବିକାଶ, ମନୋରଞ୍ଜନ, ତାପସ, ସୁଭାଶିଷ, ଜାନୀ, ଜନ୍, ଅମରେଶ, ଲିଟୁ, ଫେଲୁ, ଚିଣ୍ଟୁ ପ୍ରମୁଖ ସମସ୍ତ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଧୈର୍ଯ୍ୟଧର ମୁଖଗ୍ନି ଦେଇଥିଲେ ।

Exit mobile version