Site icon Awaj Media

ଜାଗର ଉପଲକ୍ଷେ ଚିନ୍ମୟ ଫାଉଣ୍ଡେସନର ତିନି ଦିନିଆ ଖାଦ୍ୟ ବଣ୍ଟନ ସହ କରୋନା କିଟ୍ ପ୍ରଦାନ : ୧୦୬୬ ଦିନରେ ପହଞ୍ଚିଲା ସଚେତନତା ଅଭିଯାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଫ୍ରେବୃୟାରି ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲା ମାନଙ୍କରେ ଥିବା ବସଷ୍ଟାଣ୍ଡ, ରେଳୱେ ଷ୍ଟେସନ ଆଦି ସ୍ଥାନ ମାନଙ୍କରେ ବୁଭୁକ୍ଷୁ ମାନଙ୍କୁ ଚିହ୍ନଟ କରାଯାଇ ଚିନ୍ମୟ ଫାଉଣ୍ଡେସନର ସ୍ଵେଚ୍ଛାସେବୀ ମାନେ ଖାଦ୍ୟ ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଅସଚେତନ ବ୍ୟକ୍ତି ମାନଙ୍କୁ ସଚେତନ ସହ କୋଭିଡ୍ କିଟ୍ ମାନ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ମହା ଶିବରାତ୍ରୀ ଉପଲକ୍ଷେ ଉପବାସ ରହିଥିବା ବ୍ୟକ୍ତି ମାନଙ୍କୁ ଫଳ ଯୋଗାଣ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍, ସମାଜସେବୀ ଦୀପକ ଜେନା, ନିର୍ମଳ ଜେନା, ବିଶ୍ୱଜିତ୍ ଦାସ, ତରୁଣ କୁମାର ବାରିକ, ଗୋଲାପ ଦୀପଙ୍କ ସମେତ ଫାଉଣ୍ଡେସନର ବହୁ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଚିନ୍ମୟ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ପ୍ରକ୍ରିୟାରେ ୧୦୬୬ ଦିନରେ ପହଞ୍ଚିଛି ବୋଲି ଫାଉଣ୍ଡସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version