Site icon Awaj Media

କନ୍ଧମାଳ ଜିଲା ପ୍ରଶାସନ ଓ ଏମସିଏଲ୍‌‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡ ଲିମିଟେଡ଼୍‌‌ ମଧ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି । ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଏବଂ ଜିଲାର ୪୭ ଟି ଅଙ୍ଗନୱାଡ଼ି କେନ୍ଦ୍ରର ପାନିୟ ଜଳ ଯୋଗାଣ ଓ ବିଦ୍ୟୁତ୍‌‌ ଯୋଗାଣ ପାଇଁ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ଏହି ଅବସରରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ୍‌‌ ଏବଂ ଏମସିଏଲ୍‌‌ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ୮ କୋଟି ୫୪ ଲକ୍ଷ ଟଙ୍କା ଏବଂ ୪୭ ଟି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ଜଳ ଓ ବିଦ୍ୟୁତ୍‌‌ ଯୋଗାଣ ପାଇଁ ୧ କୋଟି ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବୁଝାମଣା ପତ୍ରରେ ଉଲ୍ଲେଖ ରହିଛି । ଏହି ବୁଝାମଣା ନେଇ ନିଜେ କନ୍ଧମାଳ ଜିଲାପାଳ ଟୁଇଟ୍‌‌ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟ ବିଭାଗର ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Exit mobile version