ରକ୍ତଦାନ କ୍ଷେତ୍ରରେ ନୂଆ ମାଇଲ୍ଖୁଣ୍ଟ : ୬୫ ବର୍ଷରେ ୧୬୮ ଥର ରକ୍ତଦାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ୬୫ ବର୍ଷରେ ପାଦ ଥାପି ଥିବା ଗୋପିମୋହନ ପଟ୍ଟନାୟକ ଆଜି ୧୬୮ ତମ ରକ୍ତଦାନ କରି ଓଡ଼ିଶାର ରକ୍ତଦାନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି । ମିଶନ ରକ୍ତଦାନ ତରଫରୁ ଆଜି ତାଙ୍କର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ନିଜର ଜୀବନ କୁ ରକ୍ତଦାନ କ୍ଷେତ୍ରରେ ଉତ୍ସର୍ଗୀକୃତ କରିଥିବା ଗୋପୀ ମୋହନ ପଟ୍ଟନାୟକ ଙ୍କ ଏହି ପ୍ରୟାସ କୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୨୦ ରୁ ଉର୍ଦ୍ଧ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ରକ୍ତଭଣ୍ଡାର ର ପ୍ରଶାନ୍ତ ଦାସ, ପ୍ରଭାସିନୀ ପଟ୍ଟନାୟକ, ଗୁନୁ ଆଚାର୍ଯ୍ୟ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *