Site icon Awaj Media

ମୋହନା ବିଡ଼ିଓ ଙ୍କ ଗାଡ଼ି ଧକ୍କାରେ ମୃତ ବାଇକ୍ ଆରୋହିଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯାଜପୁର ଗ୍ରାମ ନିକଟରେ ମୋହନା ବିଡ଼ିଓଙ୍କ ଗାଡ଼ି ଧକ୍କାରେ ସାତ ମାଇଲ ଗ୍ରାମର ବାଇକ ଆରୋହି ଟି.ପ୍ରଭାକର ରାଓଙ୍କ ମୃତ୍ୟୁ ହୋଇଥିଲା । ଏହି ଆକସ୍ମିକ ମୃତ୍ୟୁରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ! ଏହା ସହ ମୃତକଙ୍କ ପରିବାର ପାଖରେ ଜିଲ୍ଲା ପ୍ରଶାସନ ଛିଡ଼ା ହୋଇଥିବା କଥା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସାଙ୍ଗେ ସାଙ୍ଗେ ରେଡ଼କ୍ରସ୍ ରୁ ମୃତକଙ୍କ ପରିବାରକୁ 20,000 ଙ୍କା ପ୍ରଦାନ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ଶବ ସତ୍କାର ପାଇଁ 2000 ଟଙ୍କା ପ୍ରଦାନ କରିଥିଲେ । ଏହା ସହ ସ୍ବର୍ଗତ ଟି.ପ୍ରଭାକର ରାଓଙ୍କ ପୁତ୍ରକୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ରାଜ୍ୟ ପରିବହନ ଅଥରିଟିଙ୍କ ଠାରୁ କ୍ଷତିପୁରଣ ବାବଦରେ ସୋଲାଟିୟମ୍ ଫଣ୍ଡରୁ 2 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହିସବୁ ସହାୟତା ଜିଲ୍ଲାପାଳ ପ୍ରଦାନ କଲାବେଳେ ତହସିଲଦାର, ପାରଳାଖେମୁଣ୍ଡି ନାରାୟଣ ବେହେରା, ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍. ବିର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲାରାଜୁ, ଗୋଷାଣୀ ଆର୍.ଏମ୍.ସି ସଭାପତି ଗଜପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version