Site icon Awaj Media

ବାଣପୁରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ବାସଗୃହ ସମେତ ଏକା ଥରେକେ ୭ ଟି ଜାଗାରେ ଭିଜିଲାନ୍ସ ଚଢାଉ କରାଯାଇଛି । ଅଜୟ ସେନାପତିଙ୍କ ନିଜ ଘର ବାଣପୁରର ଭଗବତୀ ସାହି ପୋଷ୍ଟ ଅଫିସ ନିକଟରେ ହୋଇଥିବା ବେଳେ , ଆଜି ଭୁବନେଶ୍ୱରର ୫ ଜଣିଆ ଭିଜିଲାନ୍ସ ଟିମ ଙ୍କ ଦ୍ୱାରା ଚଢାଉ କରାଯାଇଛି । ବର୍ତମାନ ସେ ବାଲେଶ୍ବରରେ କାର୍ଯ୍ୟରତ ଥିବାବେଳେ ଇନ୍ସପେକ୍ଟର ମମିତା ପ୍ରଧାନ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଅଶୋକ କୁମାର ବେଉରା ଓ ଏଏସ ଆଇ ସଂଜିବ ରେଡି ପ୍ରମୁଖ ଚଢାଉ କରିଥିଲେ । ତେବେ ଏକାଥରକେ ବାଲେଶ୍ବର, ପୁରୀ, ଟାଙ୍ଗୀ, ବାଣପୁର ପ୍ରମୁଖ ସ୍ଥାନରେ ଚଢାଉ ଚାଲିଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

Exit mobile version