ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେ ବି ମହାମାରୀ କରୋନାର ପାଦ ଚିହ୍ନ ସମ୍ପୁର୍ଣ୍ଣ ଭାବରେ ଧରା ପୃଷ୍ଠରୁ ଲୋପ ପାଇନାହିଁ । ଭାରତରେ ଏହାର ସ୍ଥିତି ତ୍ରିସଂଖ୍ୟା ମଧ୍ୟରେ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାରେ କାଁ-ଭାଁ ଦେଖିବାକୁ ମିଳୁଛି । ତଥାପି ସଚେତନତାର ଆବଶ୍ୟକତା ରହିଛି । ଗତ ୨୦ ତାରିଖର ତଥ୍ୟ ଅନୁସାରେ ଓଡ଼ିଶାରେ ଗୋଟିଏ ନୂତନ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୨୧ ତାରିଖର ତଥ୍ୟ ଅନୁଯାୟୀ ଦେଶରେ ନୂତନ ପଜେଟିଭର ସଂଖ୍ୟା ଥିଲା ୧୨୫ । ଏହାକୁ ସଂପୂର୍ଣ୍ଣ ଭାବରେ ଲୋପ କରିବା ପାଇଁ ଲାଗି ପଡ଼ିଛି ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ନିରବଚ୍ଛିନ୍ନ ସେବାକାର୍ଯ୍ୟର ଦିନ ସଂଖ୍ୟା ୧୦୬୭ ରୁ ୧୦୭୯ ପର୍ଯ୍ୟନ୍ତ ତିନି ଦିନ ଧରି ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ, ରାକେଶ ଜେନା ଆଦି ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକ ମାନଙ୍କୁ କରୋନା କିଟ୍ ସହ ଗରିବ ଓ ଅସହାୟ ମାନଙ୍କୁ ରିଲିଫ୍ ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି ।
୧୦୬୯ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

